www.samajalive.in
Sunday, December 7, 2025
23.1 C
Bhubaneswar

ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ , ୮ ମୃତ

ଗୁଜରାଟ : ଗୁଜରାଟର ଅମରେଲୀରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ରାସ୍ତା କଡରେ ଶୋଇଥିବା ପ୍ରାୟ ୧୦ ଜଣ ଶ୍ରମିକଙ୍କୁ ଉପରେ ମାଡି ଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୋର ୩ଟା ସମୟରେ ଟ୍ରକ ଶ୍ରମିକଙ୍କ ଉପରେ ଚଢିଯିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା ।
ଅମରେଲୀର ପୁଲିସଙ୍କ କହିବାନୁଯାୟୀ, ମୃତକ ୮ ଜଣଙ୍କ ମଧ୍ୟରେ ୧୩ ବର୍ଷର ୨ଜଣ ପିଲା ରହିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ବୟସ୍କ ମଧ୍ୟ ରହିଛନ୍ତି । ବରଦା ଗାଁର ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣ ଶିଶୁ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଟ୍ରକ ଚାଳକଙ୍କ ଆଖି ଲାଗିଯିବାରୁ ଗାଡି ଉପରେ ନିୟନ୍ତ୍ରଣ ହଟିବା ପରେ ରାସ୍ତା କଡରେ ଥିବା ଏହି ଛୋଟ କୁଡିଆ ଉପରେ ମାଡି ଯାଇଥିଲା । ଏଥିରେ ପ୍ରାୟ ୧୦ ଜଣ ଶୋଇଥିଲେ ।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସ ଟ୍ରକ ଚାଳକକୁ ଗିରଫ କରିଛି ଓ ଟ୍ରକକୁ ମଧ୍ୟ ଜବତ କରିଛି ।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି, ଅମରେଲୀ ଜିଲାରେ ଘଟିଥିବା ଏହି ଦୁର୍ଘଟଣାରେ ଖୁବ ମର୍ମାହତ । ଦୁର୍ଘଟଣାରେ ଆହତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତଙ୍କ ଆତ୍ମାର ଶାନ୍ତି ମିଳୁ ଓ ତାଙ୍କ ପରିବାରକୁ ଏଭଳି ଦୁଃଖ ସହ୍ୟ କରିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି ।

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories