www.samajalive.in
Saturday, December 6, 2025
26.1 C
Bhubaneswar

ସାହାରପଡା ବନାଞ୍ଚଳରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ; ନଷ୍ଟ କଲେ ଏକର ଏକର ଧାନ ଫସଲ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବିଭାଗ ଉଦୟପୁର ଅଞ୍ଚଳରେ ଗତ ଦୁଇ ଦିନ ଧରି ୨୨ ଟିକିଆ ହାତୀପଲ ପଶି ଅଞ୍ଚଳରେ ବ୍ୟାପକ ଉପଦ୍ରବ ଚଳାଇଛନ୍ତି । ଏହି ହାତୀପଲ କରଞ୍ଜିଆ ବନାଞ୍ଚଳ ସାନଦେଉଳି ପଟୁ ଦେଓ ନଦୀ ପାର ହୋଇ ବାଇକଳା , ଗୋଜିଟାଙ୍ଗର ଆଦି ଗ୍ରାମରେ ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରିଛନ୍ତି । ଏହି ହାତୀ ଉପଦ୍ରବରେ ବାଇକଳା ଗ୍ରାମ ଜଟିଆ ହୁଡି ସାହିର ବହୁ ଲୋକଙ୍କ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି।

ଜଗେନ୍ଦ୍ର ନାଥ ହାଲଦା, ଅମ୍ବର ନାଥ ନାଏକ, ଶମ୍ଭୁ ନାଥ ନାୟକ, ବାଳାକୃଷ୍ଣ କାଲୁଣ୍ଡିଆ , ଗୋପୀନାଥ ମୁଣ୍ଡା ଓ ରଣଜିତ ମହାନ୍ତଙ୍କ ଧାନ ଫସଲ ନଷ୍ଟ କରିଛନ୍ତି । ତେବେ ଗାଁ ନିକଟରେ ହାତୀପଲ ରହିଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନ ବିଭାଗ ହାତୀପଲ ଘଉଡାଇବା କାର୍ୟ୍ୟ ରେ ନିୟୋଜିତ ଥିବା ଓ ହାତୀପଲ ପଲ ର ଗତିବିଧି ଉପରେ ନଜର ରଖାଯାଇଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି । ତେବେ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories