www.samajalive.in
Saturday, December 6, 2025
23.1 C
Bhubaneswar

ସାହାରପଡା ବନାଞ୍ଚଳରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ; ନଷ୍ଟ କଲେ ଏକର ଏକର ଧାନ ଫସଲ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବିଭାଗ ଉଦୟପୁର ଅଞ୍ଚଳରେ ଗତ ଦୁଇ ଦିନ ଧରି ୨୨ ଟିକିଆ ହାତୀପଲ ପଶି ଅଞ୍ଚଳରେ ବ୍ୟାପକ ଉପଦ୍ରବ ଚଳାଇଛନ୍ତି । ଏହି ହାତୀପଲ କରଞ୍ଜିଆ ବନାଞ୍ଚଳ ସାନଦେଉଳି ପଟୁ ଦେଓ ନଦୀ ପାର ହୋଇ ବାଇକଳା , ଗୋଜିଟାଙ୍ଗର ଆଦି ଗ୍ରାମରେ ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରିଛନ୍ତି । ଏହି ହାତୀ ଉପଦ୍ରବରେ ବାଇକଳା ଗ୍ରାମ ଜଟିଆ ହୁଡି ସାହିର ବହୁ ଲୋକଙ୍କ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି।

ଜଗେନ୍ଦ୍ର ନାଥ ହାଲଦା, ଅମ୍ବର ନାଥ ନାଏକ, ଶମ୍ଭୁ ନାଥ ନାୟକ, ବାଳାକୃଷ୍ଣ କାଲୁଣ୍ଡିଆ , ଗୋପୀନାଥ ମୁଣ୍ଡା ଓ ରଣଜିତ ମହାନ୍ତଙ୍କ ଧାନ ଫସଲ ନଷ୍ଟ କରିଛନ୍ତି । ତେବେ ଗାଁ ନିକଟରେ ହାତୀପଲ ରହିଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବନ ବିଭାଗ ହାତୀପଲ ଘଉଡାଇବା କାର୍ୟ୍ୟ ରେ ନିୟୋଜିତ ଥିବା ଓ ହାତୀପଲ ପଲ ର ଗତିବିଧି ଉପରେ ନଜର ରଖାଯାଇଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି । ତେବେ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories