www.samajalive.in
Monday, December 15, 2025
27.1 C
Bhubaneswar

୯ଟି ନୂତନ ଧାନ କିସମ ଉଦ୍ଭାବିତ

କଟକ ସଦର  : କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରୁ ଉନ୍ନତମାନ ୯ଟି ନୂତନ କିସମ ଧାନ ଉଦ୍ଭାବିତ ହୋଇଛି ବୋଲି ନିର୍ଦେଶକ ଡଃ ଦୀପଙ୍କର ମାଇତି କହିଛନ୍ତି। ୧୯୬୮ ମସିହାରୁ ନୂତନ ଧାନ କିସମ ଉଦ୍ଭାବନ ହେବା ଦିନଠୁ ଆଜିର ଏହି ୯ ଗୋଟି ନୂତନ ଧାନ କିସମକୁ ମିଶାଇ ଆଜି ସୁଦ୍ଧା ୧୫୪ ଧାନ କିସମ ଉଦ୍ଭାବିତ ହୋଇଥିବା କୁହାଯାଇଛି। ଏହି ଧାନ କିସମକୁ ବୈଜ୍ଞାନିକ ଡଃ ଶରତ ଚନ୍ଦ୍ର ପ୍ରଧାନ, ଡଃ ସୁଶାନ୍ତ ଦାସ, ଡଃ ମୀରା କୁମାରୀ କର, ଡଃ କ୍ରିଷ୍ଣେନ୍ଦୁ ଚଟ୍ଟୋପଧ୍ୟାୟ ଓ ଡଃ ରାମ ଲକ୍ଷ୍ମଣ ବର୍ମା ପ୍ରମୁଖଙ୍କ ନେତୃତ୍ବରେ କରାଯାଇଛି। ବୈଜ୍ଞାନିକ ଡଃ ଶରତ ପ୍ରଧାନଙ୍କ ଦ୍ୱାରା ଉଦ୍ଭାବିତ ୩ଟି ନୂତନ କିସମ ଧାନ ମଧ୍ୟରେ ସି.ଆର୍‍. ଧାନ ୪୧୩, ସି.ଆର୍‍. ଧାନ ୫୧୨ ଓ ତୃତୀୟଟି ସି.ଆର୍‍. ଧାନ ୮୦୩ ରହିଛି।
ସେହିପରି ଡଃ ସୁଶାନ୍ତ ଦାସଙ୍କ ନେତୃତ୍ୱରେ ସିଆର୍‍ ଧାନ ୩୧୬, ଡଃ ମୀରା କୁମାରୀ କରଙ୍କ ନେତୃତ୍ୱରେ ସିଆର୍‍ ୩୧୭, ଡଃ କ୍ରିଷ୍ଣେନ୍ଦୁ ଚଟ୍ଟୋପଧ୍ୟାୟଙ୍କ ଦ୍ୱାରା ଉଦ୍ଭାବିତ ଦୁଇ କିସମର ଧାନ ମଧ୍ୟରୁ ସ୍ୱର୍ଣ୍ଣାଞ୍ଜଳି ଧାନ ଅଧିକ ପୃଷ୍ଟିସାର ଯୁକ୍ତ ଧାନ ହୋଇଥିବାବେଳେ କିସମଟି ସି.ଆର୍‍. ଧାନ ୪୧୧ ଓ ଅନ୍ୟ କିସମଟି ସିଆର୍‍ ଧାନ ୪୧୨। ସେହିପରି ଡଃ ରାମଲକ୍ଷ୍ମଣ ବର୍ମାଙ୍କ ଦ୍ୱାରା ଉଦ୍ଭାବିତ ଶଙ୍କର କିସମ ଦୁଇ ନୂତନ ଧାନ ମଧ୍ୟରୁ ସି.ଆର୍‍. ଧାନ ୭୦୨ ଓ ଶଙ୍କର ୭୦୩ କିସମ। ଏହି ଧାନରୁ ଲମ୍ବା ସରୁ ଚାଉଳ ପ୍ରସ୍ତୁତ ସମ୍ଭବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories