www.samajalive.in
Thursday, December 11, 2025
15.1 C
Bhubaneswar

ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବାରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଓଏ ହକି ଷ୍ଟାଡିୟମରେ ଏକ ରୋମାଞ୍ଚକର ପ୍ଲେ-ଅଫ୍ ମ୍ୟାଚ୍’ରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଏହି ଅଲିମ୍ପିକ୍ ପଦକ ହାସଲ କରିଛି।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଟ୍ୱିଟ ଜରିଆରେ ଟୋକିଓରେ ଭାରତର ସଫଳତାକୁ ପ୍ରଶଂସା କରିବା ସହ ହକି ଖେଳରେ ପଦକ ପାଇବାକୁ ୪୧ ବର୍ଷର ପ୍ରତୀକ୍ଷାର ଶେଷ କରିଥିବାରୁ ଦଳକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ କରିଛନ୍ତି, ୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ ପଦକ ଜିତିବା ପାଇଁ ଆମ ପୁରୁଷ ହକି ଦଳକୁ ଅଭିନନ୍ଦନ। ଦଳ ଜିତିବା ପାଇଁ ଅତୁଳନୀୟ କୌଶଳ, ସ୍ଥିରତା ଏବଂ ସଂକଳ୍ପ ଦେଖାଇଲା। ଏହି ଐତିହାସିକ ବିଜୟ ହକିରେ ଏକ ନୂତନ ଯୁଗ ଆରମ୍ଭ କରିବ ଏବଂ ଯୁବକମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବ ବୋଲି ସେ ଟୁଇଟ୍ କରିଛନ୍ତି।

- Advertisement -

ଶେଷ ଥର ପାଇଁ ଭାରତ ୧୯୮୦ ମସିହାରେ ମସ୍କୋ ଅଲିମ୍ପିକ୍ସରେ ଭାରତ ପଦକ ଜିତିଥିଲା। ଉପ-ରାଷ୍ଟ୍ରପତି ମଧ୍ୟ ଟ୍ୱିଟରରେ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଜର୍ମାନୀ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ହକି ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଦଳ ଉତ୍କୃଷ୍ଟ ବୃତ୍ତିଗତ ପ୍ରଦର୍ଶନ କରିଛି ଏବଂ ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ ବୋଲି ଶ୍ରୀ ନାଇଡୁ ଟ୍ୱିଟ୍ କରିଛନ୍ତି।

ଅଲିମ୍ପିକ୍ସ ଇତିହାସରେ ଏହା ଭାରତର ତୃତୀୟ ହକି ବ୍ରୋଞ୍ଜ ପଦକ ଅଟେ। ୧୯୬୮ରେ ମେକ୍ସିକୋ ସିଟି ଏବଂ ୧୯୭୨ରେ ମ୍ୟୁନିକ୍ ଗେମ୍ସରେ ଦୁଇଟି ପଦକ ହାସଲ କରିଥିଲା ଭାରତୀୟ ହକି ଦଳ। ମୋଟ ଉପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ୧୨ଟି ପଦକ ଜିତିଛି – ଆଠଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ତିନୋଟି ବ୍ରୋଞ୍ଜ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ବିଜୟ ସହିତ ଭାରତୀୟ ଦଳ ସମଗ୍ର ଦେଶର ବିଶେଷ କରି ଯୁବକମାନଙ୍କ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି। ଏହା ଏକ ଐତିହାସିକ ଦିନ ଯାହା ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଲିପିବଦ୍ଧ ହେବ। ଆମ ପୁରୁଷ ହକି ଦଳ ବ୍ରୋଞ୍ଜ ଆଣିଥିବାରୁ ଅଭିନନ୍ଦନ। ଆମ ହକି ଦଳ ପାଇଁ ଭାରତ ଗର୍ବିତ ବୋଲି ମୋଦୀ ଟ୍ୱିଟ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories