www.samajalive.in
Monday, December 8, 2025
24.1 C
Bhubaneswar

ଦକ୍ଷିଣ ଚୀନ ସାଗର ଅଭିମୁଖେ ଭାରତର ଯୁଦ୍ଧ ଜାହାଜ; ‘କ୍ୱାଡ’ ଯୁଦ୍ଧାଭ୍ୟାସରେ ସାମିଲ ହେବ

ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସାଗରରେ ହେବାକୁ ଯାଉଥିବା ‘କ୍ୱାଡ’ ଯୁଦ୍ଧାଭ୍ୟାସରେ ଭାରତ ସାମିଲ ହେବ। ସେଥିପାଇଁ ଭାରତ ତାହାର ଚାରିଟି ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ ସାଗର ଅଭିମୁଖେ ପଠାଇଛି। ସେଠାରେ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଭାରତର ଯୁଦ୍ଧ ଜାହାଜଗୁଡିକ ଏହି ସମରାଭ୍ୟାସରେ ସାମିଲ ହେବ। ଏଥିରେ କ୍ଷେପଣାସ୍ତ୍ରରେ ସଜିତ ନୌଭେଳା, କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଦି ସାମିଲ ହେଉଥିବା ଜଣାଯାଇଛି। ଦକ୍ଷିଣ ଚୀନ ସାଗରରେ ଚୀନ ତାହାର ଆଧିପତ୍ୟ ବିସ୍ତାର କରିବାକୁ ପ୍ରୟାସ ଜାରି ରଖିଥିବାବେଳେ ଭାରତର ଏଭଳି ପଦକ୍ଷେପ ଚୀନ ପାଇଁ କଡା ଚେତାବନୀ ସଦୃଶ ହୋଇଛି।

ଭାରତୀୟ ନୌସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ବନ୍ଧୁ ରାଷ୍ଟ୍ରଗୁଡିକ ସହିତ ମିଶି ଭାରତ ଏଭଳି ପଦକ୍ଷେପ ନେଇଛି। ଉକ୍ତ ଅଞ୍ଚଳରେ ଯୁଦ୍ଧ ଜାହାଜ ମୁତୟନ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁକ୍ତ ସାଗର ପାଇଁ ଆହ୍ୱାନ ଦେବା ସହିତ କହିଛନ୍ତି ଯେ ସାମୁଦ୍ରିକ ଆଇନ ସଂକ୍ରାନ୍ତରେ ଜାତିସଂଘ ଘୋଷଣାନାମା ଆଧାରରେ ଦକ୍ଷିଣ ଚୀନ ସାଗରକୁ ଉନ୍ମୁକ୍ତ ରଖାଯିବା ଆବଶ୍ୟକ। କେହି ଏହା ଉପରେ ଅନଧିକାର ଆଧିପତ୍ୟ ଜାହିର କରିବା ଅନାବଶ୍ୟକ। ପୂର୍ବରୁ ଗତ ଜୁନ ମାସରେ ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜ ୟୁଏସଏସ ରୋନାଲଡ ରେଗାନ ନେତୃତ୍ୱରେ ଦେଶର ଯୁଦ୍ଧଜାହାଜର ଏକ ଦଳ ନିୟମିତ ଅଭ୍ୟାସର ଅଂଶସ୍ୱରୂପ ଦକ୍ଷିଣ ଚୀନ ସାଗରରେ ପଇଁତରା ମାରିଥିଲେ। ଚଳିତ ମାସ ଶେଷଭାଗରେ ଫିଲିପାଇନ୍ସ ସାଗରରେ ବ୍ରିଟେନର ଯୁଦ୍ଧଜାହାଜଗୁଡିକ ମଧ୍ୟ ସମରାଭ୍ୟାସ କରିବା କାର‌୍ୟ୍ୟକ୍ରମ ରହିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories