www.samajalive.in
Saturday, December 6, 2025
26.1 C
Bhubaneswar

୫ମାସ ହେଲା ଦଳପତପାଲି ଉଠା ଜଳ ସେଚନ ପଏଣ୍ଟ ଅଚଳ ; ଶୁଖିଲା ପଡିଛି ଚାଷ ଜମି

ରେଙ୍ଗାଲି : ସରକାର ଜମି କୁ ଜଳ ଯୋଜନା ରେ ରେଙ୍ଗାଲି ବ୍ଳକ୍ ର ଲଇଡା ସୀମାନ୍ତ ଦେଇ ପ୍ରବାହିତ ଭେଡେନ ନଦୀ ତଟ ରେ ଥିବା ଦଳପତପାଲି ଗ୍ରାମ ର ଚାଷ ଜମି କୁ ଜଳ ସେଚନ ର ସୁବିଧା ସକାଶେ ନଦୀ ରେ ବହୁ ବର୍ଷ ହେଲା ଏକ ଉଠାଜଳ ସେଚନ ପଏଣ୍ଟ ସ୍ଥାପନ କରିଛନ୍ତି । ଗତ ୪/୫ ହେଲା ଏହି ଉଠାଜଳ ସେଚନ ଯୋଜନା ର ପାଇପ୍ ଫାଟି ଯିବା ସହିତ ମାଟି ଧସି ଯିବା ଫଳ ରେ ପାଇପ୍ ରେ ଲାଗିଥିବା ମୋଟର ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏଥିଯୋଗୁଁ ୫ ମାସ ହେଲା ଏହି ଜଳ ସେଚନ ପ୍ରକଳ୍ପ ଅଚଳ ହୋଇ ପଡି ରହିଛି । ଏହାର ମରାମତି କରାଯାଇ ଜଳ ସେଚନ ଯୋଜନା କୁ କାର୍ଯ୍ୟକ୍ଷମ କରିବାକୁ ଏଥି ଉପରେ ନିର୍ଭର କରୁଥିବା ଚାଷୀ ମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂପ୍ରତି ଏହି ଜଳ ସେଚନ ଯୋଜନା ପାଖ ରେ ଥିବା ପ୍ରାୟ ୨୦ ଏକର ଚାଷ ଜମି ଶୁଖିଲା ପଡି ଥିବା ରୁ ଧାନ ବୁଣା, ରୁଆ ତଥା ବେଉଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି । ଉଠା ଜଳ ସେଚନ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ହାତ ପାଆନ୍ତା ରେ ଜଳ ସେଚନ ଯୋଜନା ଥାଇ ପାଣି ର ଅଭାବ ଯୋଗୁଁ ଜମି ରେ ଧାନ ଚାଷ ହୋଇ ନପାରିବା ଭଲି ସ୍ଥିତି ଦେଖା ଦେଖାଦେଇଛି ବୋଲି ଅଭିଯୋଗ ହୋଇଛି । ଉଚ୍ଚ କର୍ତ୍ତୃପକ୍ଷ ଏହି ଦିଗ ରେ ଦୃଷ୍ଟି ଦେଇ ଅଚଳ ହୋଇ ପଡିଥିବା ଦଳପତପାଲି ର ଉଠାଜଳ ସେଚନ ପଏଣ୍ଟ ର ଶୀଘ୍ର ,ମରାମତି ର ବ୍ୟବସ୍ଥା କରିବାକୁ ଲଇଡା କୃଷକ ସଙ୍ଗଠନ ର ପୂର୍ବତନ ସଭାପତି ସରୋଜ କୁମାର ପୂଜାରୀ ଦାବୀ କରିଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories