www.samajalive.in
Wednesday, December 10, 2025
23.1 C
Bhubaneswar

ସଂଗଠନରେ ନମିଶିବାରୁ ଘରୁ ଡାକି ନେଇ ହତ୍ୟା ଅଭିଯୋଗ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଅଭିମାନପୁର ଗ୍ରାମର ଜଣେ ଯୁବକ ସଙ୍ଗଠନରେ ନମିଶିବାରୁ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରି ଅନ୍ୟ ଜାଗାରେ ପୋଡ଼ିଦେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ମୃତକ ହେଲେ ସତ୍ୟବ୍ରତ ନାୟକ । ଭୁବନେଶ୍ୱରରୁ ଆସିଥିବା ସାଇଣ୍ଟିଫିକ ଟିମ ପୋଡାଯାଇଥିବା ଜାଗାରୁ ହାଡ ଏବଂ ପାଉଁଶ ଜବତ କରିଛି ।ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣଙ୍କୁ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ବିଭିନ୍ନ ସ୍ଥାନରୁ ଗିରଫ କରି ନିରାପତ୍ତା ଦୃଷ୍ଟିରୁ ଖୋର୍ଦ୍ଧା ସଦର ଥାନାରେ ରଖି ପଚରା ଉଚରା କରୁଛନ୍ତି । ଗିରଫ ହୋଇଥିବା ୬ ଜଣଙ୍କୁ ପୁଲିସ ସୁରକ୍ଷା ମଧ୍ୟରେ ଘଟଣାସ୍ଥଳକୁ ଅଣାଯାଇ ଏସ ପି ରାଜକିଶୋର ଦୋରା ,ଅତିରିକ୍ତ ଏସ ପି ସୁରେଶ ଦାସ ,ଏସ ଡି ପି ଓ ସୁଶୀଲ ମିଶ୍ର ,ଖୋର୍ଦ୍ଧା ସଦର ଥାନା ଅଧିକାରୀ ଅନିତା ସାହୁ ଏବଂ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ସ୍ପଟ ଡେମୋ କରାଯାଇଥିଲା ।ପରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ପୁଲିସ ସୁରକ୍ଷା ଭିତରେ ଖୋର୍ଦ୍ଧା ସଦର ଥାନାକୁ ନିଆଯାଇଥିଲା ।।
ସୂଚନା ଯୋଗ୍ୟ, ସତ୍ୟବ୍ରତଙ୍କ ପୁତୁରା ବସନ୍ତକୁମାର ନାୟକ ବେଗୁନିଆ ଥାନାରେ କରିଥିବା ଅଭିଯୋଗରୁ ଜଣାପଡିଛି ଯେ ତାଙ୍କର ଦାଦା ସତ୍ୟବ୍ରତ ନାୟକଙ୍କୁ ମାନପୁର ଗ୍ରାମର ସ୍ବପନେଶ୍ୱରନାୟକ ଏବଂ ଟୁଲୁ ବେହେରା ଗତ ୧ ତାରିଖ ରାତି ୮ ଟାରେ ତାଙ୍କୁ ଘରୁ ଡାକି ନେଇ ମାନଵବାଦୀ ସଙ୍ଗଠନରେ ମିଶିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ସେ ରାଜି ନହେବାରୁ ତାଙ୍କୁ ସେମାନେ ହତ୍ୟା କରି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କରଡ଼ଗାଡ଼ିଆ ଆଦିବାସୀ ସାହି ନିକଟରେ ପୋଡି ଦେଇଛନ୍ତି ।
୨ ତାରିଖ ଦିନ ସକାଳ ୮ ଟା ସମୟରେ ତାଙ୍କ ପୁତୁରା ବସନ୍ତଙ୍କୁ ଅଭିମାନପୁରରୁ ଡାକି ନେଇ କରଡ଼ଗାଡ଼ିଆ ଆଦିବାସୀସାହି ନିକଟ କାଜୁ ଜଙ୍ଗଲ ରେ ତୋର ଦାଦା ହାର୍ଟ ଆଟାକରେ ମରିଯାଇଛି ତୁ ତାକୁ ମୁଖାଗ୍ନି ଦେବୁ କହି ତାଠାରୁ ମୋବାଇଲଟି ଛଡାଇ ନେଇଥିଲେ । ଏବଂ ଧମକ ଦେଇ କହିଥିଲେ ଯେ ତୁ ଯଦି ଏକଥା କାହା ଆଗରେ କହିବୁ ତୋ ପରିବାର ସହିତ ତୋତେ ଜୀବନରୁ ଶେଷ କରିଦେବୁ । ବସନ୍ତ କୌଶଳକ୍ରମେ ସେଠାରୁ ଖସିଆସି ଗ୍ରାମରେ ପରିବାର ସହିତ ଆଲୋଚନା କରି ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ୧୪୯/୨୧ ନଂ ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories