www.samajalive.in
Wednesday, December 10, 2025
23.1 C
Bhubaneswar

ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୧୩୧୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ତାଲାବନ୍ଦ କଟକଣା କ୍ରମାଗତ କୋହଳ କରାଯିବା ପରେ ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୬୨ ଏବଂ ସ୍ଥାନୀୟ ସଂକ୍ରମିତ ୫୫୩ ଜଣ ରହିଛନ୍ତି।

ଅନୁଗୁଳ ଜିଲାରୁ ୫୨, ବାଲେଶ୍ୱର ୪୩, ବରଗଡ ୨, ବଲାଙ୍ଗିର ୪, ବଉଦ ୪, କଟକରୁ ୧୯୮ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୧, ଜଗତସିଂହପୁର ୫୩, ଯାଜପୁର ୮୯, କଳାହାଣ୍ଡି ୪, କନ୍ଧମାଳ ୪, କେନ୍ଦ୍ରାପଡା ୨୮, କେନ୍ଦୁଝର ୧୩ ଏବଂ ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କୋରାପୁଟରୁ ୬, ମାଲକାନଗିରି ୫, ମୟୁରଭଞ୍ଜ ୬୨, ନବରଙ୍ଗପୁର ୪, ନୟାଗଡ ୬, ପୁରୀ ୬୭, ରାୟଗଡା ୧୨, ସମ୍ବଲପୁର ୨୩, ସୋନପୁର ୮, ସୁନ୍ଦରଗଡ ୧୬ ଏବଂ ଷ୍ଟେଟପୁଲରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୧୭୦୨ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୧୩୮୭୨ ସକ୍ରିୟ ସଂକ୍ରମିତ ରହିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories