www.samajalive.in
Saturday, December 13, 2025
21.1 C
Bhubaneswar

ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ବିରୋଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବୌଦ୍ଧ : ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ପ୍ରତିବାଦରେ ବୌଦ୍ଧଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ଜିଲା ସଭାପତି ଅଟଳ କୁମାର ପ୍ରଧାନଙ୍କ ନେତୃତ୍ୱରେ ବୌଦ୍ଧ ରାମେଶ୍ୱର ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରି ଏନଏସି ଛକ ପର୍ଯ୍ୟନ୍ତ ଯାଇଥିଲା। ନିକଟରେ ହୋଇଥିବା ଷ୍ଟାଫ୍ ସିଲେକସନ କମିଶନ ଚାକିରୀ ବିକ୍ରି କମିଶନ ପାଲଟିଥିବା ଏବଂ ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ସରକାର ଦୁର୍ନୀତି ନିୟନ୍ତ୍ରଣ ସହ ସ୍ୱଛ ଶାସନ ପାଇଁ ୫ଟି ବିଭାଗ ଖୋଲିବାପରେ ରାଜ୍ୟରେ ଦୁର୍ନୀତି ଏବେ ଚରମସୀମାରେ ପହଞ୍ଚିଛି। ଏହି ବିଭାଗ ଦ୍ୱାରା ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଜଣେ ଅଧିକାରୀ ଚାକିରୀ ପାଇଁ କେତେ ଟଙ୍କା ନେଲେ,କେତେ କୋଠା କିଣିଲେ,ସୁନା କିଣିଲେ ତାହା ଯେତିକି ଗୁରୁତ୍ୱପୁର୍ଣ୍ଣ କୋଉ ସରକାରୀ ବାବୁମାନେ ପଇସା ଦେଇ କୋଉଠି ଚାକିରୀ କରୁଛନ୍ତି ତାହାର ତଦନ୍ତ କରାଯିବାକୁ ବିଜେପି ଦାବି କରିଛି।

 

- Advertisement -

ଏହି ବିକ୍ଷୋଭରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ଯ୍ୟ ଯୋଗଦେଇ ରାଜ୍ୟରେ ହୋଇଥିବା ଏସବୁ ଦୁର୍ନୀତି ପଛରେ କେଉଁ ଅଧିକାରୀମାନେ ଅଛନ୍ତି ତାହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ବିଜଡି ଶାସନରେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ଚାକିରୀ ଖଣ୍ଡିଏ ମିଳିପାରିନଥିବା ବଡ ଦୁଃଖର ବିଷୟ ବୋଲି ଏହି ଅବସରରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଅଭିଯୋଗ କରିଥିଲେ। ଏହି ବିକ୍ଷୋଭ ସମାବେଶରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂପାଦକ ଓମ୍ପ୍ରକାଶ ମିଶ୍ର, ବିଜେପିର ବରିଷ୍ଠ ନେତା ମାଗୁଣି ଗାଇଗୌରିଆ, ପ୍ରେମାନନ୍ଦ ମିଶ୍ର, ମନୋରଂଜନ ଦାଶ, ତାପସ କୁମାର ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ କୁମାର ବାଘ, ସୂର୍ଯ୍ୟ ନାରାୟଣ ମହାପାତ୍ର, ନମିତାରାଣୀ ଦାଶ, ନାରାୟଣ କର୍ମୀ ଓ ବିଶିକେସନ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories