www.samajalive.in
Saturday, December 13, 2025
21.1 C
Bhubaneswar

ଦେଶରେ କୋଭିଡ ଟିକା ନେଲେଣି ୪୭ କୋଟି ୮୫ ଲକ୍ଷ ୪୪ ହଜାର ୧୧୪

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ୪୭ କୋଟି ୮୫ ଲକ୍ଷ ୪୪ ହଜାର ୧୧୪ ଡୋଜ୍‍ କୋଭିଡ୍‍ ଟିକା ଦିଆଯାଇ ସାରିଲାଣି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି, ଜୁଲାଇ ମାସରେ ପ୍ରଦାନ କରାଯାଇଥିବା ମୋଟ୍‍ ଟିକା ମେ ମାସ ତୁଳନାରେ ଦୁଇଗୁଣ ବୋଲି ହିସାବ କରାଯାଇଛି।

ସେ କହିଛନ୍ତି, ଦେଶରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୪ଲକ୍ଷକୁ ହ୍ରାସ ପାଇଛି। ମେ ୧୦ ତାରିଖରେ ଏହି ସଂଖ୍ୟା ୩୭ଲକ୍ଷ ୪୫ ହଜାର ଥିଲା। ଶ୍ରୀ ଅଗ୍ରୱାଲ କହିଛନ୍ତି, ଦେଶର ୧୮ଟି ଜିଲ୍ଲାରେ ଗତ ଚାରି ସପ୍ତାହ ହେଲା ଦୈନିକ ନୂଆ ସଂକ୍ରମଣ ବୃଦ୍ଧି ପାଉଛି ଏବଂ ଏହି ଜିଲ୍ଲାଗୁଡ଼ିକରେ ମୋଟ୍‍ ସଂକ୍ରମଣର ୪୭.୫୦% ସଂକ୍ରମଣ ରହିଛି। ସେ କହିଛନ୍ତି, କେରଳର ୧୦ଟି ଜିଲ୍ଲା, ମହାରାଷ୍ଟ୍ରର ୩ଟି, ମଣିପୁରର ୨ଟି ଏବଂ ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ମିଜୋରାମର ଗୋଟିଏ ଲେଖାଏଁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି।

- Advertisement -

ଶ୍ରୀ ଅଗ୍ରୱାଲ କହିଛନ୍ତି, କେରଳରେ ଗତ ସପ୍ତାହରେ ମୋଟ୍‍ ସଂକ୍ରମଣର ୪୯.୮୫% ଭାଗ ଅଞ୍ଚଳରେ ସଂକ୍ରମଣ ସୀମିତ ରହିଛି। ସେ କହିଛନ୍ତି, ଗୋଟିଏ ରାଜ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ସକ୍ରିୟ ମାମଲା ରହିଥିବା ବେଳେ ୧୦ଟି ରାଜ୍ୟରେ ୧୦ହଜାରରୁ ୧ ଲକ୍ଷ ମଧ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ରହିଛି ଏବଂ ୨୭ଟି ରାଜ୍ୟରେ ୧୦ହଜାରରୁ କମ୍‍ ସକ୍ରିୟ ସଂକ୍ରମଣ ରହିଥିବା ସୂଚନା ମିଳିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories