www.samajalive.in
Monday, December 15, 2025
27.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ ; cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲବ୍ଧ

–ଆଜି ରାଜ୍ୟରେ ୧୭୦୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୯୬୨୦୮୮କୁ ବୃଦ୍ଧି

- Advertisement -

–ରିମାଣ୍ଡରେ ଗଲେ କୋଟିପତି ପିଏସ ବିରଞ୍ଚି ସାହୁ। ଓଏସଏସସି ସଦସ୍ୟଙ୍କ ନିଲମ୍ବିତ ପିଏସ ବିରଞ୍ଚି ସାହୁ। ବିରଞ୍ଚିଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ।

–ଓଏସଏସସି କାରବାର ସମ୍ପର୍କରେ ପଚରା ଉଚୁରା କରିବ ଭିଜିଲାନ୍ସ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଗିରଫ ହୋଇଛନ୍ତି ବିରଞ୍ଚି। ବିରଞ୍ଚିଙ୍କଠାରୁ ସାଢ଼େ ତିନି କୋଟି ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ

–ସଂସଦରେ ବିରୋଧୀ ଦଳ ଗୁଡିକ ପ୍ରତିବାଦ ଜାରି ରଖିଥିବା ବେଳେ ଆଜି ଲୋକସଭାରେ ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବାରେ ନିୟୋଜିତ ୟୁନିଟରେ ଧର୍ମଘଟକୁ ବାରଣ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଏକ ବିଲ୍ ମଞ୍ଜୁରୀ ଲାଭ କରିଛି।

–ଏହି ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ବିଲ୍ ଗୋଳାବାରୁଦ କାରଖାନାର କର୍ମଚାରୀମାନଙ୍କୁ ଧର୍ମଘଟରୁ ବିରତ ରଖିବାକୁ ଲକ୍ଷ୍ୟ ରଖିଛି। ଦେଶର ୪୧ଟି ଗୋଳାବାରୁଦ କାରଖାନାରେ ପ୍ରାୟ ୭୦ ହଜାର ଲୋକ କାମ କରନ୍ତି।

–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି। ଚଳିତ ମୌସୁମୀ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଭାବେ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ହେଉନାହିଁ।

–ପ୍ରଧାନମନ୍ତ୍ରୀ ଏଥିପାଇଁ ବିରୋଧୀ ଦଳ ସଭ୍ୟମାନଙ୍କୁ ଦାୟୀ କରିଛନ୍ତି ଓ କହିଛନ୍ତି ଯେ ସାଂସଦମାନେ ଗୃହର ସମ୍ମାନ ରକ୍ଷା କରିବା କ୍ଷେତ୍ରରେ ଯତ୍ନବାନ ହୁଅନ୍ତୁ।

–ବାଲେଶ୍ବର ଜିଲା ସିମୁଳିଆ ବ୍ଲକରେ ଧାନ ବିଲରେ ଚାଷ କରୁଥିବା ସମୟରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ

–ରାଜ୍ୟରେ କୋଭିଡ ମୃତ୍ୟୁ ଲୁଚାଇବା ପ୍ରସଙ୍ଗ: ସରକାରଙ୍କ ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ଉଚ୍ଚନ୍ୟାୟାଳୟ- କଂଗ୍ରେସ

–ଓଏସଏସସି ଅଫିସରେ ଭିଜିଲାନ୍ସର ଖୋଳତାଡ଼, କାଗଜପତ୍ର ଯାଞ୍ଚ ସହ ତଥ୍ୟ ସଂଗ୍ରହ କରୁଛନ୍ତି ୨ ଭିଜିଲାନ୍ସ ଅଧିକାରୀ

–ତାଲିବାନର ନରସଂହାର ଜାରି; ତିନିଟି ସହର ଉପରେ ଜୋରଦାର ଆକ୍ରମଣ

–ଆସନ୍ତାକାଲି ଠାରୁ କୋଭିଡ କଟକଣାରେ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ ; ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି

–ସମସ୍ତଙ୍କ ସ୍ୱର ଯେତେ ଅଧିକ ସମ୍ମିଳିତ ହେବ, ତାହା ଚପାଇବା ଭାଜପା ପାଇଁ ସେତେ କଷ୍ଟକର ହେବ- ରାହୁଳ ଗାନ୍ଧୀ

–ଘରୋଇକରଣ ହେବ ସରକାରୀ ବୀମା କମ୍ପାନୀ

–ଦେଶରେ ଦିନକ ମଧ୍ୟରେ ୩୦,୫୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୩୮,୮୮୭ ଜଣ କରୋନା ରୋଗୀ ସୁସ୍ଥ

–ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୦୪,୯୫୮କୁ ବୃଦ୍ଧି। କରୋନାରୁ ଏପର୍ଯ୍ୟନ୍ତ ୩,୦୮,୯୬,୩୫୪ ଜଣ ଆରୋଗ୍ୟଲାଭ;  ସୁସ୍ଥତା ହାର ଦେଶରେ ୯୭.୩୮%

–ଦେଶରେ ଦୈନିକ ସଂକ୍ରମଣ ହାର ୧.୮୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୯%। ସୋମବାର ସଂଧ୍ୟା ସୁଦ୍ଧା ମୋଟ ୪୭.୧୨ କୋଟି ନମୁନା ପରୀକ୍ଷା

–ଦେଶରେ ୪୭.୮୫ କୋଟି ପାନ ଟିକା ଦିଆଯାଇସାରିଛି। ତ୍ରିପୁରାରେ ଆତଙ୍କି ଆକ୍ରମଣ; ୨ ବିଏସଏଫ ଯବାନ ମୃତ

–ସାମ୍ବାରେ ପୁଣି ଉଡିଲା ଡ୍ରୋନ; ବନ୍ଦିପୋରାରେ ଗୁଳି ବିନିମୟ ଜାରି; ଜଣେ ଆତଙ୍କବାଦୀର ମୃତ୍ୟୁ

–ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ପରାସ୍ତ; ବେଲଜିୟମ ଠାରୁ ସେମିଫାଇନାଲରେ ୫-୨ ଗୋଲରେ ହାରିଲା

–ଦେଶରେ ଆଜିଠାରୁ ଟାଟା କାର ମୂଲ୍ୟ ବୃଦ୍ଧି

–ମହାରାଷ୍ଟ୍ରରେ ଜିକା ଭୂତାଣୁ : ଉଚ୍ଚସ୍ତରୀୟ ଦଳ ପଠାଇଲା କେନ୍ଦ୍ର। ଆଜି ଠାରୁ ଖୋଲିଲା ସମ୍ବଲପୁରରେ ମା’ ସମଲାଇଙ୍କ ମନ୍ଦିର

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଏବଂ ସ୍ଥାନୀୟ ସଂକ୍ରମିତ ୪୭୨

–ଦିନକ ମଧ୍ୟରେ ୧୭୮୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ରାଜ୍ୟରେ ୧୪୩୨୫ ଜଣ କରୋନା ରୋଗୀ ରହିଛନ୍ତି

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଖୋର୍ଦ୍ଧାରୁ ସର୍ବାଧିକ ୨୩

–ଆଜି ଖୋଲୁଛି ନନ୍ଦନକାନନ : ମାର୍ଗଦର୍ଶିକା ଜାରି ; କୃତ୍ରିମ ଜଳାଶୟକୁ ଥରକେ ୬ଜଣଙ୍କୁ ଅନୁମତି, ଉଦ୍ଭିଦ ଉଦ୍ୟାନରେ ବଣଭୋଜିକୁ ବାରଣ

–ପିଏମଜିକେଏଓ୍ୱାଇ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବେଦିକାଙ୍କୁ ବଞ୍ଚାଇ ପାରିଲାନି ୧୬କୋଟିର ଇଞ୍ଜେକ୍‌ସନ

–ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ : ଓଡ଼ିଶାର ପୃଷ୍ଠପୋଷକତାରେ ହକିର ଅଭ୍ୟୁଦୟ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories