www.samajalive.in
Monday, December 8, 2025
24.1 C
Bhubaneswar

ଦେଶରେ ବଢୁଛି ବରିଷ୍ଠଙ୍କ ସଂଖ୍ୟା, ଖୁବ ଶୀଘ୍ର ଆସିବ ନୂଆ ଜାତୀୟ ନୀତି

ବରିଷ୍ଠ ନାଗରିକଙ୍କ ପାଇଁ ପୂର୍ବରୁ ପ୍ରଣୀତ ଜାତୀୟ ନୀତି ପରିବର୍ତ୍ତନ କରି ସରକାର ଏକ ନୂତନ ଜାତୀୟ ନୀତି ପ୍ରସ୍ତୁତ କରୁଛନ୍ତି ବୋଲି ସାମାଜିକ, ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ପ୍ରତୀମା ଭୌମିକ କହିଛନ୍ତି। ବରିଷ୍ଠ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ୧୯୯୯ରେ ଜାତୀୟ ନୀତି ଘୋଷଣା କରାଯାଇଥିଲା। ଭୌମିକ ଆଜି ସଂସଦର ନିମ୍ନ ଗୃହରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ପରିବର୍ତ୍ତିତ ଜନସଂଖ୍ୟା ଢାଞ୍ଚା, ବରିଷ୍ଠ ନାଗରିକଙ୍କ ସାମାଜିକ-ଅର୍ଥନୈତିକ ଆବଶ୍ୟକତା, ସାମାଜିକ ମୂଲ୍ୟବୋଧ ବ୍ୟବସ୍ଥା ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଅଗ୍ରଗତିକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଜାତୀୟ ନୀତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି।

୨୦୧୧ ଜନଗଣନା ଅନୁଯାୟୀ, ଦେଶର ଜନସଂଖ୍ୟାର ୮.୬ ପ୍ରତିଶତ ୬୦ ବର୍ଷରୁ ଅଧିକ ଅର୍ଥାତ 103 ନିୟୁତ ଥିଲା। ବାର୍ଷିକ ପ୍ରାୟ ୩ ପ୍ରତିଶତ ବୃଦ୍ଧି ହୋଇ ୨୦୫୦ ସୁଦ୍ଧା ଏହି ସଂଖ୍ୟା ୩୧୯ ନିୟୁତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସରକାର ୨୦୦୭ ମସିହାରେ ବରିଷ୍ଠ ନାଗରିକଙ୍କ ସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାରକୁ ସ୍ୱୀକୃତି ଦେଇ ପିତାମାତା ତଥା ବରିଷ୍ଠ ନାଗରିକ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ଅଧିନିୟମ ଘୋଷଣା କରିଥିଲେ।

- Advertisement -

ଏହି ନିୟମ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ ଏବଂ ଯଦି ସେମାନଙ୍କର ଯତ୍ନ ନିଆଯାଏ ନାହିଁ ତେବେ ପିତାମାତାଙ୍କୁ ରକ୍ଷଣାବେକ୍ଷଣ ନିମନ୍ତେ ଅର୍ଥ ପ୍ରଦାନ କରିପାରନ୍ତି। ଏହି ଅଧିନିୟମରେ ତିନିମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ବରିଷ୍ଠ ନାଗରିକଙ୍କୁ ଛାଡିଥିବା ପିଲା କିମ୍ବା ସମ୍ପର୍କୀୟଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳଗୁଡିକ ଏହି ଅଧିନିୟମ ଅନୁଯାୟୀ କାର୍ଯ୍ୟ କରୁଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories