bjd gruha runa

ଗାଁରେ୨୨ ଦିନ ଜଳ ଯୋଗାଣ ବନ୍ଦ ; ପାନୀୟ ଜଳ ପ୍ରକଳ୍ପରେ ତାଲା ପକାଇଲେ ଗ୍ରାମବାସୀ

BJD Bijuli 480×75 Mob

ରେଙ୍ଗାଲିକେମ୍ପ  : ସାମ୍ପ୍ରତିକ ପରିସ୍ଥିତିରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ,ବିଦ୍ୟୁତ୍ ଓ ରାସ୍ତା ଆଦି ମୌଳିକ ସୁବିଧା ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଏମିତିକି କୌଣସି କାରଣରୁ ଜଳ ଯୋଗାଣ ବନ୍ଦ ହେଲେ ୨୪ଘଣ୍ଟା ଭିତରେ ତାର ମରାମତି କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଦୀର୍ଘ ୨୨,ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲେ ସୁଦ୍ଧା ଆଜିଯାଏଁ ତାହା ଅଚଳାବସ୍ଥା ହୋଇ ପଡ଼ିଛି । ଭଟଲି ପଞ୍ଚାୟତ ଉଦେପୁର୍ ଗାଁର ମହାନଦୀ ଖଣିରେ ଥିବା ପାନୀୟ ଜଳ ପ୍ରକଳ୍ପଟି ୨୨ଦିନ ହେଲା କାମ ଦେଉନି ଯାହା ଫଳରେ ଜଳ ଯୋଗାଣ ବନ୍ଦ ରହି ଲୋକେ ଖୋଲା ଜଳ କୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ୨୦୦୮ ମସିହାରୁ ଏହି ପାନୀୟ ଜଳ ପ୍ରକଳ୍ପ ଟି ତିଆରି ହୋଇଛି। କିନ୍ତୁ ପ୍ରାୟ ଦିନ ଏହା ଅଚଳ ହୋଇ ଜଳ ଯୋଗାଣରେ ରେ ବ୍ୟାଘାତ ସୃଷ୍ଟି କରିଆସୁଛି। ୧୩ବର୍ଷର ପୁରୁଣା ପାଇପ ମଧ୍ୟ ବଦଳାଯାଇ ନାହିଁ। ୧୧୦୦ ଶହ ଲୋକ ବସବାସ କରନ୍ତି ଏହି ଗାଆଁରେ। ଗତ ୨୨ଦିନ ହେଲା ଏହି ପ୍ରକଳ୍ପ ଟି ବନ୍ଦ ପଡ଼ିଥିବା ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କୁ ଜଣାଇଥିଲେ। ସେତୁରନ୍ତ ଏହାର ମରାମତି କରିଦେବା ପାଇଁ ଆର୍ ଡବ୍ଲୁ ଏସ ଏସ କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପଞ୍ଚାୟତ ତଥା ଆର୍ ଡବ୍ଲୁ ଏସ ଏସ କୌଣସି ନିର୍ଦ୍ଦେଶ କୁ ମାନି ନଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ବି ଡି ଓ ଙ୍କୁ ଜଳ ଯୋଗାଣ ହେଉଛି ବୋଲି ମିଛ ସୂଚନା ପ୍ରଦାନ କରିଥିବା ମଧ୍ୟ ଜଣା ପଡ଼ିଛି। ତେଣୁ ୱାର୍ଡ ମେମ୍ବର ସୁକ୍ରୁ ସେଠ୍,ୱାର୍ଡ ପ୍ରତିନିଧି ନୀଳମଣି ବେହେରା, ସୁଦାମ ମହାକୁର,ରବୀନ୍ଦ୍ର ବାଗ,ସଞ୍ଜୀବ ସେଠ୍,ଦଶରଥ ବାଦି ତଥା ଗ୍ରାମବାସୀ ଉକ୍ତ ପ୍ରକଳ୍ପରେ ତାଲା ପକାଇ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ବିଧାୟିକା ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ପାଇପ ସଜାଡ଼ିବା ପର୍ୟ୍ୟନ୍ତ ତାଙ୍କୁ ସାହାଯ୍ୟରେ ପାଣି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶୀଘ୍ର ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ରେ ତତ୍ପରତା ପ୍ରକାଶ କରିବା ପାଇଁ ଦାବି ଜଣାଇଛନ୍ତି।

Comments are closed.