www.samajalive.in
Wednesday, December 10, 2025
14.1 C
Bhubaneswar

ବାଲିବନ୍ଧରେ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଝୁମ୍ପୁରା: ସୋମବାର ଦିନ ସଦର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଝୁମ୍ପୁରା ମଣ୍ଡଳର ବାଲିବନ୍ଧ ଶିଶୁ ମନ୍ଦିର ପରିସର ମଧ୍ୟରେ ବିଜେପିର ୨ୟ ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକକୁ ସଦର ବିଧାୟକ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ। ଏଥିରେ ମଣ୍ଡଳ ପ୍ରଭାରୀ ବିବେକା ମହାନ୍ତ, ୧୭ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ଅନୁବ୍ରତ ବେହେରା, ମଣ୍ଡଳ ସଭାପତି ମହେନ୍ଦ୍ର ପଟ୍ଟନାୟକ, ଜିଲା ଯୁବମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ଅର୍ଶଳା ସରପଞ୍ଚ ପ୍ରଶ୍ନ ନାଏକ, ମହିଳ ମୋର୍ଚ୍ଚା ସଭାପତି ଅନିତା ମାର୍ଣ୍ଣି, ସଂପାଦକ ଉମାକାନ୍ତ ମହାନ୍ତ, ଯାଦବ ଆନସାରୀ ପ୍ରମୁଖ ଯୋଗଦାନ କରିଥିଲେ।

 

- Advertisement -

ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗଦାନ କରିଥିବା କର୍ମକର୍ତ୍ତାମାନେ ତାଙ୍କ ବକ୍ତବ୍ୟରେ କହିଲେ ଭାରତୀୟ ଜନତା ପାର୍ଟିର ଆଗାମୀ କାର୍ଯ୍ୟକ୍ରମକୁ ନିର୍ଦ୍ଦାରୀତ ସମୟ ଭିତରେ କରିବା ସହିତ କର୍ମୀ ମାନଙ୍କ ମଧ୍ୟ ପୁଣି ସଚେତନା ସୃଷ୍ଟି କରିବା ମୁଖ୍ୟ ପ୍ରସଙ୍ଗ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ସ୍ଥିତିତୁ ସୁଦୃଢ କରିବା ଦିଗରେ ସମସ୍ତ କର୍ମକର୍ତ୍ତା ମାନେ ଆଗେଇ ଆସି ଦଳର ନୀତି ଆଦର୍ଶକୁ ମାନି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ନିର୍ବାଚନରେ ଶାସକ ଦଳରକୁ କିପରୀ ପ୍ରତିହତ କରାଯିବ ସେ ସମ୍ପର୍କରେ ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ୧୦୦ରୁ ଉଦ୍ଧ୍ୱର୍ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଶେଷରେ ଜିଲା ସାଧାରଣ ସଂପାଦକ ଅନୁବ୍ରତ ବେହେରା ଧନ୍ୟବାର୍ଦ ଅର୍ପଣ କରି କାର୍ଯ୍ୟକାରିଣୀ ବୈଠକକୁ ଶେଷ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories