www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ବିରଜା। କରୋନା ପାଇଁ ପ୍ରାୟ ତିନି ମାସ ଧରି ବନ୍ଦ ଥିବା ଯାଜପୁରର ମା’ ବିରଜା ମନ୍ଦିର ଅଗଷ୍ଟ ୩ ତାରିଖରୁ ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

–ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୁଦ୍ଧରେ କ୍ଷମତାର ଅପବ୍ୟବହାର ଏବଂ ଚାକିରି ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଭାରତ ସରକାର ୟୁପିଏସସିକୁ ସୁପାରିଶ କରିଛନ୍ତି।

- Advertisement -

–ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ର ୨୦୦ ମିଟର ହିଟ୍‍କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ।

–ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।

–ଗ୍ରହ ଜଗତର ଅନ୍ୟତମ ବୃହତ ଗ୍ରହ ଶନି ଆଜି ପୃଥିବୀର ନିକଟବର୍ତ୍ତୀ ହେଉଛି। ଏହି ସମୟରେ ଶନି ଗ୍ରହ ଅଧିକ ଉଜ୍ଜ୍ୱଳ ଦେଖାଯାଇଥିଲା। ଭାରତୀୟ ସମୟ ଦିନ ୧୧.୩୦ରେ ଏହା ପୃଧିବୀର ନିକଟବର୍ତ୍ତୀ ହୋଇଥିଲା।

– ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଦେଶର ଟେକ ରଖିଥିବା ଭାରୋତ୍ତୋଳକାରୀ ମୀରାବାଈ ଚାନୁଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର।

–ଖୁବଶୀଘ୍ର ଚାନୁଙ୍କ ଉପରେ ଆଧାରିତ ଏକ ମଣିପୁରୀ ଫିଲ୍ମ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଏନେଇ ଶନିବାର ଚାନୁ ଓ ଇମ୍ଫାଲର ସେଓତି ଫିଲ୍ମସ୍ ପ୍ରଡକ୍ସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

–ଉତ୍ତର ପ୍ରଦେଶରେ ୫୦% ଉପସ୍ଥିତିରେ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । କୋଭିଡ -୧୯ ଗାଇଡଲାଇନ ସହ ୧୬ ଅଗଷ୍ଟରୁ ବିଦ୍ୟାଳୟ ଖୋଲାଯିବ ।

–ବଲିଉଡର ଲୋକପ୍ରିୟ ସଙ୍ଗୀତକାର ତଥା ଗାୟକ ଅନୁ ମଲ୍ଲିକଙ୍କ ନାଁରେ ଆସିଛି ଧୂନ୍ ଚୋରି ଅଭିଯୋଗ। ଏହି ଅଭିଯୋଗ ଆଉ କେହି ନୁହେଁ ବରଂ ସାମାଜିକ ଗଣମାଧ୍ୟମ ୟୁଜର ଆଣିଛନ୍ତି।

–ଜମ୍ମୁ କାଶ୍ମୀରର କେତେକ ସମ୍ବେଦନଶୀଳ ଅଞ୍ଚଳରେ ପାକିସ୍ତାନ ପଟୁ ପଠାଯାଇଥିବା ଡ୍ରୋନ ପୁଣି ଦେଖିବାକୁ ମିଳିଛି। ସନ୍ଦିଗ୍ଧ ଡ୍ରୋନଗୁଡିକ ଚାରିଟି ସ୍ଥାନରେ ଉଡୁଥିବାବେଳେ ସେଗୁଡିକୁ ଠାବ କରାଯାଇଥିଲା।

–ଅଲିମ୍ପିକରେ ସେମି ପ୍ରବେଶ ପରେ ମହିଳା ହକି ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ମହିଳା ହକି ଦଳ ବିଜୟ ଅଭିଯାନ ବଜାୟ ରଖୁ ଓ ଦେଶର ସମ୍ମାନ ବଜାୟ ରଖୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

–ଅଲିମ୍ପିକରେ ସେମି ପ୍ରବେଶ ପରେ ମହିଳା ହକି ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ; ପ୍ରତି ପଦକ୍ଷେପରେ ଇତିହାସ ରଚୁଛନ୍ତି ଭାରତୀୟ ମହିଳା ଦଳ ବୋଲି ସେ କହିଛନ୍ତି

–ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଖୋଲିଲା କୋଣାର୍କ।  କରୋନାର ୨ୟ ତରଙ୍ଗ ପାଇଁ ଏପ୍ରିଲ ୧୬ରୁ ଦୀର୍ଘ ସାଢେ ୩ ମାସ ମନ୍ଦିର ବନ୍ଦ ରଖାଯାଇଥିଲା ।

–ଆସନ୍ତା ବୁଧବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଯାଜପୁରର ମା’ବିରଜାଙ୍କ ମନ୍ଦିର ; କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁ କରିବେ ଦର୍ଶନ ; ଏନେଇ ଯାଜପୁର ଜିଲ୍ଲାପାଳଙ୍କ ସୂଚନା

–କଟକରେ ଧର୍ମାନୁଷ୍ଠାନ ଖୋଲାଯିବା ନେଇ ବିଭିନ୍ନ ସ୍ତରରେ ଚାଲିଛି ବିଚାର ବିମର୍ଶ ଚାଲିଛି ; ଏନେଇ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି ; ଏହାସହ ଆଗକୁ ଗଣେଶ ପୂଜା ପର୍ବ ଥିବାରୁ ପରମ୍ପରା ଅନୁଯାୟୀ ହେବ ପୂଜାର୍ଚ୍ଚନା

–ଦେଶରେ ଗୋଟିଏ ଦିନରେ ୪୦,୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୧୩,୭୧୮

–ଦିନକ ମଧ୍ୟରେ ଦେଶରେ ୩୬,୯୪୬ ଜଣ କରୋନା ରୋଗୀ ସୁସ୍ଥ ;  ମୋଟ ୩,୦୮,୫୭,୪୬୭ ଜଣ କରୋନାରୁ ସୁସ୍ଥ।ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୫%

–ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୮୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭%। ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୬.୯୬ କୋଟି ନମୁନା ପରୀକ୍ଷା ; ଦେଶରେ ୪୭.୨୨ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୩୩

–ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହ୍ରାସ;  ଆଉ ୧୦୩୨ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୫୯୮ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪। ରାଜ୍ୟରେ ସଂପ୍ରତି ୧୫୦୫୦ ଜଣ ସକ୍ରିୟ ସଂକ୍ରମିତ

–ଆସନ୍ତା ୩ ତାରିଖରୁ ଖୋଲିବ ସମ୍ବଲପୁରର ମା’ ସମଲେଶ୍ୱୀରଙ୍କ ମନ୍ଦିର।

–କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଭଳି ଦଶଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories