ବାଙ୍କୀ:ବାଙ୍କୀ ଉପଖଣ୍ଡ ତଥା ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସରଣ୍ଡାଗଡ ସ୍ଥିତ ପ୍ରାକୃତିକ ମଧୁର ହ୍ରଦ ଅଂଶୁପା ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ମନ ହରଣ କରୁଛି। ଦୀର୍ଘ ଦେଢବର୍ଷ ଧରି ବିଭିନ୍ନ ସମୟରେ ସଟ୍ଡାଉନ ଓ ଲକ୍ଡାଉନ ପରିସ୍ଥିତିରେ ପର୍ଯ୍ୟଟକଙ୍କୁ ମନୋରଂଜନ ସେବା ଦେବାରେ ଅଂଶୁପା କୂଳସ୍ଥିତ ପ୍ରାକୃତିକ ଉଦ୍ୟାନରେ କଟକଣା ଲାଗି ରହିଥିଲା। ସୂଚନାଯୋଗ୍ୟ ଯେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ବିପଦମୁଖୀହେତୁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ କ୍ଷେତ୍ର ଗୁଡିକ ସ୍ଥଳରେ ପର୍ଯ୍ୟଟକଙ୍କୁ ଚଳିତ ବର୍ଷ ମେ ମାସ ପହିଲାରୁ କଟକଣା କରାଯାଇଥିଲା। ଦୀର୍ଘ ୩ ମାସ ବନ୍ଦ ହେତୁ ପ୍ରାକୃତିକ ଉଦ୍ୟାନ ତଥା ଅଂଶୁପା ହ୍ରଦ ସୈାନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କୁ ଭ୍ରମଣ କରାଇବାର ଦାୟିତ୍ୱ ନେଇଥିବା ସ୍ଥାନୀୟ ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ଦ୍ୱିତୀୟ ଲହରୀ ସଂକ୍ରମଣ ହ୍ରାସ ପାଇଲା ପରେ ରାଜ୍ୟ ସରକାରଙ୍କ କଟଣା କୋହଳ ହେତୁ ସୋମବାର ଠାରୁ ଚିଲ୍ଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଂଶୁପା ହ୍ରଦ ପରିଦର୍ଶନ ଏବଂ ସ୍ଥାନୀୟ ପ୍ରାକୃତିକ ଉଦ୍ୟାନରେ ବୁଲି ପର୍ଯ୍ୟଟକ ମାନେ ମନୋରଂଜନ କରିବା ପାଇଁ ପ୍ରାକୃତିକ ଉଦ୍ୟାନକୁ ଖୋଲା ଯାଇଛି।

ଦୀର୍ଘ ୩ ମାସ ପରେ ସି.ଡି.ଏ କର୍ତ୍ତୃପକ୍ଷ ଅଂଶୁପା ପ୍ରକୃତି ଉଦ୍ୟାନ ଓ ଅଂଶୁପାରେ ବୋଟିଂ ବ୍ୟବସ୍ଥା ପାଇଁ ପୁନଃ ବ୍ୟବସ୍ଥା କରିଥିବାରୁ ଅଭ୍ୟର୍ଥନା ଦାୟିତ୍ୱରେ ଥିବା ମହିଳା ସଂୟସହାୟକ ଗୋଷ୍ଠୀର ସଦସ୍ୟ ମାନେ ଚିଲ୍ଲିକା ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ କୁମାର ନନ୍ଦ ଏବଂ ସହକାରୀ ବନ ସଂରକ୍ଷକ ବିନୋଦ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଜଣାଇଥିବା କହିଛନ୍ତି। କଟକଣା ଯୋଗୁଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିବା ୩ ମାସ ମଧ୍ୟରେ ଚିଲ୍ଲିକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାକୃତିକ ଉଦ୍ୟାନ ପରିସରକୁ ଅଧିକ ଆକର୍ଷଣୀୟ ଓ ମନୋରଂଜନ କରାଯିବା ପରିସରରେ କ୍ୟାଣ୍ଟିନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଇବା ଏବଂ ଓାଚ୍ ଟାଓାର,ବିସ୍ତୃତ ଗାଡି ପାର୍କିଂ ସ୍ଥାନ ସେବାକୁ ଆକର୍ଷଣ କରାଯାଇଥିବା ହେତୁ ପର୍ଯ୍ୟଟକ ମାନେ ଅଧିକ ଆକୃଷ୍ଟ ହୋଇପାରିବେ ବୋଲି ସୂଚନା ମିଳିଛି। କୋଭିଡ କଟକଣା ସହିତ ପର୍ଯ୍ୟଟକ ମାନେ ପୂର୍ବାହ୍ନ ୧୦ ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଦ୍ୟାନ ମଧ୍ୟରେ ପରିଭ୍ରମଣ କରିପାରିବେ ବୋଲି କତ୍ତୃପକ୍ଷ କହିଛନ୍ତି।



