www.samajalive.in
Tuesday, December 9, 2025
17.1 C
Bhubaneswar

ଆଖଣ୍ଡଳମଣିଙ୍କ ପୀଠ:   ଜଳ ଢାଳିଲେ କାଉଡିଆ, ପୀଠରେ ସହସ୍ରାଧିକ ଭକ୍ତଙ୍କ ଗହଳି

ଆରଡି,: ଚଳିତବର୍ଷ ମହାମାରୀ କରୋନାର ଭୟଭୟତାକୁ ନେଇ ସରକାର ସମସ୍ତ ଶିବାଳୟରେ ବନ୍ଦ କରିଛନ୍ତି ଶ୍ରାବଣୀମେଳା। ଏପରିକି କୌଣସି ଶିବାଳୟରେ କାଉଡିଆ ଜଳଲାଗି କରିବେ ନାହିଁ ବୋଲି ସମସ୍ତ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ସରକାର। ହେଲେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମରେ କଟକଣାକୁ ଫୁ କରି କେତେକ କାଉଡିଆ କୋଭିଡ ନିୟମ ଭାଙ୍ଗି ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀକୂଳରେ ଥିବା ବାସୁଆବଳଦ ଉପରେ ଢାଳିଥିଲେ ପାଣି। ସରକାର ଅଗଷ୍ଟମାସରେ କଟକଣାକୁ କୋହଳ କରିବା ସହ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲାପାଳଙ୍କୁ ଦାୟୀତ୍ବ ଦେଇଛନ୍ତି। ଏପରିକି ସ୍ଥିତି ଦେଖି ମନ୍ଦିର ପରିଚାଳନା କମିଟର ପରାମର୍ଶ କ୍ରମେ ଖୋଲିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।

- Advertisement -

ଏପରିକି ପୂର୍ବରୁ ଶ୍ରାବଣୀମେଳା ପାଇଁ ଜାରି ରହିଛି କଟକଣା। ଏହି ନିୟମକୁ ନ ମାନି ସହାସ୍ରାଧିକ ଭକ୍ତ ଭିଡ ଜମାଇଥିଲେ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ। ଏପରିକି କୋଭିଡ ନିୟମ ପାଳନ କରିବାତ ଦୂରର କଥା ନା ଅଛି ସାମାଜିକ ଦୂରତା ନା ଅଛି କାହାରି ମୁହଁରେ ମାକ୍ସ। ପିଲା ଠୁଁ ବୟସ୍କ ବ୍ୟକ୍ତି ସମସ୍ତେ ଭିଡାଭିଡି ହୋଇ ଜାଳିଥିଲେ ଦୀପ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories