www.samajalive.in
Friday, December 12, 2025
15.1 C
Bhubaneswar

ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି, ପାସପୋର୍ଟ

ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଉପରକୁ ପଥର ଫିଙ୍ଗିବା କିମ୍ବା ଏପରି କୌଣସି ହିଂସାରେ ଜଡିତ ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି କିମ୍ବା ବିଦେଶ ଯାତ୍ରା ଲାଗି ପାସପୋର୍ଟ ମିଳିବ ନାହିଁ। ଜାମ୍ମୁ-କାଶ୍ମୀର ହିଂସାର ପ୍ରମୁଖ ଅଂଶ ପଥର ଫିଙ୍ଗିବା। ପୂର୍ବରୁ ଏହି ହିଂସାରେ ସ୍ଥାନୀୟ ଯୁବକମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଆତଙ୍କବାଦୀ ସଂଗଠନଗୁଡିକ ଲାଗି କାର୍ଯ୍ୟ କରୁଥିଲେ। ଏବେ ଜାମ୍ମୁ-କାଶ୍ମୀରରେ ଶାନ୍ତି ଫେରିଥିବାବେଳେ ସରକାରୀ ଚାକିରି ଲାଗି ଏହି ହିଂସାକାରୀଙ୍କୁ ସୁଯୋଗ ମିଳିବ ନାହିଁ। ସରକାରୀ ଚାକିରି ଲାଗି ପୁଲିସର ଅନୁମୋଦନ ଜରୁରୀ ଥିବାବେଳେ ଏପରି ହିଂସାକାରୀଙ୍କୁ ଅନୁମୋଦନ ନ ଦେବାକୁ ଜାମ୍ମୁ-କାଶ୍ମୀର ପୁଲିସର ସିଆଇଡି ନିଷ୍ପତ୍ତି ନେଇଛି।

ସିଆଇଡି ଏହାର ନିଷ୍ପତ୍ତି ସମ୍ପର୍କରେ ସମସ୍ତ ଥାନାକୁ ଅବଗତ କରାଇଛି। ସେହିପରି ବିଦେଶ ଯାତ୍ରା ଲାଗି ପୁଲିସର ସୁରକ୍ଷା ଅନୁମୋଦନ ଜରୁରୀ ଥିବାବେଳେ ଏହି ବର୍ଗର ଯୁବକଙ୍କୁ ଅନୁମତି ନ ଦେବାକୁ ନିଷ୍ପତ୍ତି ହୋଇଛି। ପଥର ଫିଙ୍ଗିବା ସମୟର ଦୃଶ୍ୟ-ଶ୍ରାବ୍ୟ ରେକର୍ଡ, ଫଟୋ, ସିସିଟିଭି ଫୁଟେଜ୍ ଆଧାରରେ ହିଂସାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ରେକର୍ଡ ପ୍ରତ୍ୟେକ ଥାନାକୁ ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories