www.samajalive.in
Friday, December 12, 2025
16.1 C
Bhubaneswar

କଣ୍ଟାମାଳ ବ୍ଲକ: ୭୦ ବର୍ଷର ପଞ୍ଚବାର୍ଷିକ ଯୋଜନାରାସ୍ତା ଗୁଡିକର ଅବସ୍ଥାରେ ଆସୁନି ସୁଧାର

କଣ୍ଟାମାଳ: ବୌଦ୍ଧ ଜିଲା କଣ୍ଟାମାଳବ୍ଲକରେ ଏଭଳି ଅନେକ ଗ୍ରାମ ରହିଛି ଯେଉଁଠିକି ଏଯାବତ ସୁବଦିନିଆ ରାସ୍ତା ଖଣ୍ଡିଏ ହେବା ସ୍ୱପ୍ନ ହୋଇ ପଡିଛି। ସ୍ୱାଧୀନତାର ବର୍ଷ ପରେ ଯୋଜନା ଯୋଜନା କାର୍ଯ୍ୟକାରୀ ହୋଇ ଚାଲିଥିଲେ ବି ଗ୍ରାମୀଣ ରାସ୍ତା ଗୁଡିକର ଭାଗ୍ୟରେ କୌଣସି ପରିବର୍ତ୍ତନ ହୋଇ ପାରିନଥିବାରୁ ଆଜିବି ସେହି ଗ୍ରାମ ଗୁଡିକୁ ବିପଦ ସମୟରେ ଦମକଳ ଗାଡି କି ଆମ୍ବୁଲାନ୍ସ ଯାଇ ପାରୁନି। ଫଳରେ ଲୋକେ ଭାରରେ ରୋଗୀଙ୍କୁ ଆଣିବାକୁ ବାଧ୍ୟ ହେଉଛନ୍ତି। ବ୍ଳକର ଆଭ୍ୟନ୍ତରୀଣ ଗ୍ରାମ ପଞ୍ଚାୟତ ଲମ୍ବସରୀ, ବରଗାଁ, ନାରାୟଣପ୍ରସାଦ, ଉମା, ଶୁଣ୍ଢିପଦର, ଦପଲା ଭଳି ପଞ୍ଚାୟତର ଗ୍ରାମ୍ୟ ରାସ୍ତା ଗୁଡିକର ଦୁରବସ୍ଥା ଦେଖିଲେ ସ୍ପଷ୍ଟ ହୋଇଯିବ ଆମ ଗ୍ରାମୀଣ ବିକାଶର ନଗ୍ନ ଉଦାହରଣ। ରାଜସ୍ୱ ଗ୍ରାମ ଗୁଡିକର ବିକାଶ ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ପ୍ରଚୁର ଅର୍ଥ ଗ୍ରାମ୍ୟ ସଂଯୋଗୀକରଣ, ମନରେଗା,କେନ୍ଦ୍ର ଓ ରାଜ୍ୟ ଆୟୋଗ, ପଶ୍ଚିମ ଓଡିଶା ବିକାଶ ପରିଷଦ ସହିତ ସାଂସଦ, ବିଧାୟକ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ହେଁ ଶାସକ, ପ୍ରଶାସକର ଲାଭଖୋର ମନୋବୃତ୍ତି ଯୋଗୁଁ ଗତ ୭୦ ବର୍ଷର ପଞ୍ଚବାର୍ଷିକ ଯୋଜନାରେ ଏହି ରାସ୍ତା ଗୁଡିକର ଅବସ୍ଥାରେ କୌଣସି ସୁଧାର ଆସି ପାରିନଥିବା ବେଶ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ଲମ୍ବସରୀ ପଞ୍ଚ।ୟତର ମୋଟ ୪୨ ଗୋଟି ରାଜସ୍ୱ ଗ୍ରାମ ମଧ୍ୟରୁ ୧୨ ଗୋଟି ଗ୍ରାମ ମୁଟ୍ରା, ମୁଣ୍ଡାପଡା, ଢେଣ୍ଡୋଖୁଣ୍ଟି, ବାଲିଛାପର, ଗଇରକନା, ଧରାକୁଦ, ପୁରୁଣାପାଣି, ମଲାଙ୍ଗୀ, ଡୋଲାବାଲି, ସେଲାମାଲ, ପଡିଆବାହାଲ, ରେକଡୋଲଭଳି ଗାଁକୁ ରାସ୍ତା ସଂଯୋଗୀକରଣ ହୋଇ ପାରିନଥିବା ଯୋଗୁଁ ବର୍ଷର ୫ ମାସ ସଡକ ଯୋଗାଯୋଗ ସମ୍ଭବ ହୋଇ ପାରିନଥାଏ। ସେଭଳି ବରଗାଁ ପଞ୍ଚାୟତର ୩୬ ଗୋଟି ଗ୍ରାମ ମଧ୍ୟରୁ ୯ ଗୋଟି ଗ୍ରାମ ଉତୁର୍ଲା, ସାହାଜପିଟା, ପାର୍ବତୀପୁର, ପାଜିମୁହାନ, ଲବରକାନୀ, କାନୀସିମିଲି, କନ୍ଧପାଲି, କାକେନଯୋର, ଡୁମାଲପଖାଲ, ନାରାୟଣପ୍ରସାଦ ପଞ୍ଚାୟତର ୨୧ ଗୋଟି ରାଜସ୍ୱ ଗ୍ରାମ ମଧ୍ୟରୁ ୭ ଗୋଟି ଗାଁ ଗୁଡମେଣ୍ଡା, ଲଣ୍ଡନପଡା,ଲୁଣ୍ଡ୍ରୁ, ପଣ୍ଡ୍ରାପିଟା, ଲୁଣ୍ଡୁରୁବାହାଲ, ସମାକୂପା, ତାଲମଲକା ଏବଂ ଉମା ପଞ୍ଚାୟତର ୧୨ ଗୋଟି ଗ୍ରାମ ମଧ୍ୟରୁ ୫ ଗୋଟି ଗାଁ ତୁଡିବାହାଲ, ତେନ୍ତଲିମୁଣ୍ଡା, ସମାଢାଙ୍କି, କଚେରମାଲ, ଫୁଲବାହାଲ ଭଳି ଦୁର୍ଗମ ଗାଁର ରାସ୍ତାର ପ୍ରକୃତ ଦୁରବସ୍ଥାକୁ ଆଜି ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇ ଯିବ କେତେ ଦୂର ଆମ ଗ୍ରାମର ବିକାଶ ? ଏହି ରାସ୍ତା ଗୁଡିକର ସ୍ଥାୟୀ ନିର୍ମାଣ ପ୍ରତି କୌଣସି ସ୍ତରରେ ବି ଯୋଜନା ହୋଇ ନଥିବା ହେତୁ ଆଜି ସେହି ଗ୍ରାମ ଗୁଡିକୁ ଜରୁରୀ ସହାୟତା ପହଞ୍ଚି ପାରୁନଥିବା ବେଳେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ପଡୁଛି। କିଛି ଦିନ ତଳେ ଘଣ୍ଟାପଡା ପଞ୍ଚାୟତର ପୋଷ୍ୟ ଗ୍ରାମଭାବେ ସୂଚୀତ ହୋଇଥିବା ତାଲବେଡା ଏବଂ ଆଜି ଆମ୍ବଗାଁ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଗାଁର ରାସ୍ତା ପାଣି, କାଦୁଅରେ ଭାସୁଥିବା ହେତୁ ଆମ୍ବୁଲାନ୍ସ ସେବା ଧାର୍ଯ୍ୟ ସମୟରେ ମିଳି ପାରିନଥିବା କୁହାଯାଇଛି। ଉମା ପଞ୍ଚାୟତ ଦୁର୍ଗମ ଇଲାକାର ରାସ୍ତା ଦୁରବସ୍ଥା ଏଭଳି ରହିଛି ଯାହା ଗତ ୧୦ ତାରିଖର କରୁଣ ଦୃଶ୍ୟରୁ ସ୍ପଷ୍ଟ ଜଣାପଡିଥିଲା। ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳି ମୁକାବିଲାରେ ଗୁରୁତର ଆହାତ ଦୁଇ ଜଣ ଯବାନଙ୍କୁ ସାଥୀ ଯବାନମାନେ କାନ୍ଧରେ ଦୋଳା କରି ସମାଢାଙ୍କି, ତେନ୍ତୁଳିମୁଣ୍ଡା ଜଙ୍ଗଲରୁ ଦୀର୍ଘ ୫ କିମି ରାସ୍ତା ଅତିକ୍ରମା କରି ଆଣିବା ପରେ ଏୟାର ଲିପ୍ଟିଂ କରାଯାଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଚିନ୍ତା ପ୍ରକଟ କରାଯିବା ସହ ଉମା, ନାରାୟଣପ୍ରସାଦ, ଲମ୍ବସରୀ, ବରଗାଁ ଆଦି ପଞ୍ଚାୟତର ଦୁର୍ଗମ ଇଲକାରେ ରହିଥିବା ଗ୍ରାମ ଗୁଡିକୁ ସବୁଦିନିଆ ରାସ୍ତାର ବିକାଶ ପ୍ରତି ଗୁରୁତ୍ୱ ଦିଆ ନଗଲେ ମାଓ ଚଳପ୍ରଚଳ କରୁଥିବା ଏହି ଇଲାକାର ଗମନାମଗମନ ହିଁ ମାଓ ମୁକାବିଲାରେ ପ୍ରତିବନ୍ଧକ ସୃଷ୍ଟି କରିବା ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ।
ବିଭିନ୍ନ ସମୟରେ ଆସୁଥିବା ଗ୍ରାମ୍ୟ ସଂଯୋଗୀକରଣ ରାସ୍ତାର ଅନୁଦାନକୁ ଠିକ ମାର୍ଗରେ ବିନିଯୋଗ ନହେବା ଦ୍ୱାରା ଆଜି ଗ୍ରାମୀଣ ରାସ୍ତା ଗୁଡିକର ସ୍ଥିତିରେ କୌଣସି ପରିବର୍ତ୍ତନ ଆସୁନଥିବା ନେଇ ଖୋଦ୍ କଣ୍ଟାମାଳବ୍ଳକ ଅଧ୍ୟକ୍ଷା ଯଜେ୍ଞଶ୍ୱରୀ ପ୍ରଧାନ ମୁହଁ ଖୋଲିଛନ୍ତି। ଏପରିକି ସରକାରୀ ମାର୍ଗଦର୍ଶୀକାକୁ ଅନ୍ଧକାରରେ ରଖି ଗ୍ରେଡ-୧, ଗ୍ରେଡ-୨ ମେଟାଲିଙ୍ଗ ପରେ ବି ମୋରମ ପକାଯିବା ଭଳି କାର୍ଯ୍ୟ କରି କେବଳ ନେତା ଓ ଠିକାଦାର ପୋଷା ଯିବା ଦ୍ୱାରା ସବୁଦିନଆ ରାସ୍ତା ନଥିବା ଗାଁ ଗୁଡିକ ସଂପୂର୍ଣ୍ଣଭାବେ ଏହି ଅନୁଦାନରୁ ବଞ୍ôଚତ ହେଉଛନ୍ତି। ଗମନାଗମନ ହିଁ ସାମଗ୍ରୀକ ବିକାଶର ମୂଖ୍ୟ ପରିଭାଷା ହୋଇଥିବାରୁ କଣ୍ଟାମାଳବ୍ଲକର ଦୁର୍ଗମ ଇଲାକାରେ ରହିଥିବା ଗ୍ରାମ ଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories