www.samajalive.in
Monday, December 8, 2025
14.1 C
Bhubaneswar

ସବୁଜ ବାହିନୀର ନୂଆ ପ୍ରୟାସ ; ଗଛ ସହ ମିତ୍ରତା

ବ୍ରହ୍ମପୁର: ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବିଶ୍ଵ ବନ୍ଧୁତା ଦିବସ । ଏହି ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟସ୍ଥ ଶତାୟୁ ବର୍ଷର ବଟ ଓ ଅଶ୍ଵସ୍ତ ବୃକ୍ଷକୁ ବନ୍ଧୁରୁପେ ଗ୍ରହଣ କରି ସେମାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଛି। ପଞ୍ଚବଟୀ(ବଟ, ଅଶ୍ୱସ୍ତ, ବେଲ, ଓହଁଳା, ଅଶକ)ବୃକ୍ଷକୁ ମଧ୍ୟ ପ୍ରତିଷ୍ଠା କରି ସେହି ବୃକ୍ଷ ଗୁଡ଼ିକୁ ଗ୍ରାମ ନିକଟସ୍ଥ ପୋଖରୀ ଠାରେ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ନ ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା , ପ୍ରଫେସର ଡ଼ା. ବି ନାଗେଶ୍ବର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଥିଲେ । ହରେକୃଷ୍ଣ କୋଠୀଆ, ଶଙ୍କର ନାରାୟଣ ବେଜ୍, ବଳରାମ ପାଣିଗ୍ରାହି, ଆଞ୍ଚଳୀକ ବିକାଶ ପରିଷଦ ସମ୍ପାଦକ ଵିଜେନ୍ଦ୍ର ମାଝୀ ଓ ବହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହି,ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ, କୋଷାଧ୍ୟକ୍ଷ ପ୍ରଣୟ କୁମାର ସାହୁ,ଉପ ସଭାପତି ଦୀପକ କୁମାର ପାତ୍ର, ସହ ସମ୍ପାଦକ ଏ.ପ୍ରକାଶ, ବନମାଳୀ ପ୍ରଧାନ, କେ.କବିତା, ଏସ୍.ରବି କୁମାର୍, ସାଗର ସାହା, ପି. ବିନୋଦ, ପ୍ରକାଶ ଗୁପ୍ତା, ପ୍ରବୀଣ ନାୟକ, କୃଷ୍ଣଚନ୍ଦ୍ର ସାହୁ,ସୁଜିତ୍ ଗୌଡ଼, ଶିବରାମ ବେହେରା, ବାଲାଜୀ ବେହେରା, ଟି. ଦୂର୍ଗା ପ୍ରସାଦ, ବି. ସୂର୍ଯ୍ୟ ନାରାୟଣ ପାତ୍ର, ଗଣେଶ ପାଣିଗ୍ରାହୀ, ଆକାଶ ରାଉତ, ପ୍ରମୁଖ ସଦସ୍ୟ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories