www.samajalive.in
Sunday, December 14, 2025
19.1 C
Bhubaneswar

କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ତଥା ଶ୍ରୀବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ବରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ରବିବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଗେଟିଛନ୍ତି। ସଂସଦ କାର୍ଯ୍ୟାଳୟରେ ଶ୍ରୀ ଗୋୟଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଦେଶ ତଥା ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଏଯାବତ୍ କେନ୍ଦ୍ରପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ୍‌ ମିଳିନାହିଁ। ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲେ କେନ୍ଦ୍ରାପଡ଼ାର ରସାବଳୀ ଆହୁରି ଅଧିକ ପରିଚିତ ହେବ। ଦେଶ ଓ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ତୁଳସୀକ୍ଷେତ୍ର ପ୍ରତି ଆକର୍ଷିତ ହେବେ। ଏଥିସହ ଭିତର କନିକା, ୧୮୦ ବର୍ଷ ପୁରୁଣା ବ୍ରିଟିସ୍‌ ଅମଳର ହୁକିଟୁଲା ବତିଘର ଏବଂ ବଙ୍ଗୋପସାଗରର ସୁବିସ୍ତିର୍ଣ୍ଣ ଜଳରାଶି ଆଦି ଦେଖିବାକୁ ମନ ବଳାଇବେ ବୋଲି ବୁଦ୍ଧିଜୀବୀ ତଥା ସାଂସଦମାନେ ଦାବି କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories