www.samajalive.in
Sunday, December 7, 2025
26.1 C
Bhubaneswar

ଗଳ୍ପକଥନ ପ୍ରଣାଳୀକୁ ଶିକ୍ଷାଦାନ ବ୍ୟବସ୍ଥାରେ ସାମିଲ କଲା କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ

ଭୁବନେଶ୍ୱର: ଗଳ୍ପକଥନକୁ ଶିକ୍ଷାର ଏକ ପ୍ରଣାଳୀ ଭାବରେ ଉପଯୋଗ କରି ପୃଥକ ସଂସ୍କୃତିରୁ ଆସିଥିବା ଛାତ୍ରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରିବା ନିମନ୍ତେ ସିବିଏସଇ କର୍ତ୍ତୃପକ୍ଷ ସମସ୍ତ ସିବିଏସଇ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦ୍ଦ୍ୱାରା ଛାତ୍ରଛାତ୍ରୀ ପରସ୍ପରକୁ ବୁଝି ପାରିବେ ଓ ପ୍ରଶଂସା କରିବେ । ଏହାକୁ ଦୃଷ୍ଟିରେ ରଖି କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଗଳ୍ପକଥନକୁ ଶିକ୍ଷା ପ୍ରଣାଳୀର ଏକ ଉପକରଣ ଭାବରେ ଛାତ୍ରଛାତ୍ରୀମମାନଙ୍କ ନିମନ୍ତେ ପ୍ରଚଳନ କରିଛି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଗତ ଅଢେଇ ବର୍ଷ ହେଲା ବାଙ୍ଗାଲୋରର ଏକ ପ୍ରତିଷ୍ଠିତ ଗଳ୍ପକଥନ ପ୍ରଶିକ୍ଷଣ ସଂସ୍ଥାରୁ ତାଲିମ ଗ୍ରହଣ କରିଆସୁଛନ୍ତି । ଶିକ୍ଷକ ଓ ଗଳ୍ପକଥନକାରମାନଙ୍କ ସମ୍ମିଳିତ ଉଦ୍ୟମକ୍ରମେ ୧୦୦ଟି ଗଳ୍ପକୁନେଇ ଏକ ସଂକଳନ ପ୍ରସ୍ତୁତ କରାଯାଇ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ସେ ସଂପର୍କୀୟ ଶିକ୍ଷା ପ୍ରଦାନ କରାଯାଉଛି । ଏହି ଅଭିନବ ଶିକ୍ଷା ପ୍ରଣାଳୀକୁ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଯାଏ ବଳବତ୍ତର କରାଯାଇଛି ।
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡ.ମୋନାଲିସା ବଳ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ବିଷୟରେ କହିଛନ୍ତି କିଟ୍ ଇଣ୍ଟରନ୍ୟାସନାଲ୍‌ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସବୁଠାରୁ ଉନ୍ନତ ତଥା ଶ୍ରେଷ୍ଠ ଶିକ୍ଷାଦାନ ନିମନ୍ତେ ସର୍ବଦା ପ୍ରଚେଷ୍ଟା କରାଯାଉଛି । ସେହି ଦୃଷ୍ଟିରୁ ଆମ ଛାତ୍ରଛାତ୍ରୀମାନଙ୍କ ଲାଗି ଆମେ ଏହି ପ୍ରଣାଳୀକୁ ଆପଣାଇ ନେଇଛୁ । ୨୦୨୦ ମସିହାର ନୂତନ ଶିକ୍ଷା ନୀତିରେ ଗଳ୍ପକଥନ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ତାହାର ବହୁ ପୂର୍ବରୁ ଆମେ ଶିକ୍ଷାଦାନ କ୍ଷେତ୍ରରେ ଏହାର ଉପଯୋଗ କରିଆସୁଛୁ । ବାସ୍ତବରେ ସାହିତ୍ୟ ଓ ବ୍ୟାକରଣର ବିଷୟବସ୍ତୁ ସଂପର୍କୀୟ ଜ୍ଞାନ, ଗଳ୍ପ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବା ବେଶ୍ ଆନନ୍ଦପ୍ରଦ । ଶ୍ରବଣରୁ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଶବ୍ଦ ଓ ଗଳ୍ପ କଥନକାରୀର ଉଚ୍ଚାରଣ ଉପରେ ଗୁରୁତ୍ୱ ଦେଉଥିବାସ୍ଥଳେ ପ୍ରତିଭାବାନ ଛାତ୍ରଛାତ୍ରୀ ଗଳ୍ପର ଆବେଗ ସହିତ ନିଜକୁ ଯୋଡି ଦେଇଥାନ୍ତି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories