www.samajalive.in
Sunday, December 14, 2025
26.1 C
Bhubaneswar

୨୦୧୯ରେ ବିଜେପି  ଓଡ଼ିଶାରେ ନିଜର ପରାକାଷ୍ଠା ଦେଖାଇବ : ଧର୍ମେନ୍ଦ୍ର

୨ୟ ଥର ପାଇଁ ରାଜ୍ୟସଭାକୁ ଯିବାପରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର : ୨୦୧୯ରେ ବିଜେପି  ଓଡ଼ିଶାରେ ନିଜର ପରାକାଷ୍ଠା ଦେଖାଇବ । ରାନୀତିରେ ଜୟ ପରାଜୟ ଲାଗି ରହିଛି। ଗୋଟିଏ ଉପ ନିର୍ବାଚନରେ ପରାଜୟ କିଛି ବିଶେଷ କଥା ନୁହେଁ।  ଓଡ଼ିଶାବାସୀଙ୍କ ସମ୍ମାନ ଅତୁଟ ରଖିବା ଦିଗରେ ସେ କେବେ ହେଳା କ​‌ରିବେ ନାହିଁ ବୋଲି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଶୁକ୍ରବାର  ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ  ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ଏଥିରେ ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀ ସାମିଲ ଥିଲେ। ଓଡ଼ିଶା ବାହାରୁ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପ୍ରଧାନ ୨ୟ ଥର ପାଇଁ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ଧର୍ମେନ୍ଦ୍ର କହିଛନ୍ତି, ଲୋକମତକୁ ଆମେ ସବୁବେଳେ ସ୍ୱାଗତ କରୁଛୁ। ମଧ୍ୟପ୍ରଦେଶର ଜନତା ତାଙ୍କୁ ରାଜ୍ୟସଭା ପଠାଇ ଓଡ଼ିଶା ଲୋକଙ୍କୁ ସମ୍ମାନୀତ କରିଛନ୍ତି ବୋଲି ସେ କହିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories