www.samajalive.in
Saturday, December 13, 2025
27.1 C
Bhubaneswar

ବଢି ଚାଲିଛି ‘ମୋ ଖତ’ର ଆଦର, ଘରୋଇ ଗ୍ରାହକଙ୍କ ସମେତ ସରକାରୀ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଭୁବନେଶ୍ୱର: ଏବେ ବିଜ୍ଞାନ ସମ୍ମତ ବର୍ଜ୍ୟବସ୍ତୁ ପରିଚାଳନାରୁ ସ୍ମାର୍ଟସିଟି ଭୁବନେଶ୍ୱର ଉତ୍ପାଦନ କରୁଛି ସମ୍ପୂର୍ଣ୍ଣ ଜୈବିକ ସାର ‘ମୋ ଖତ’। ସୁଲଭ ମୂଲ୍ୟରେ ଏହି ଜୈବିକ ସାର ବିକ୍ରୟ ଦିନକୁ ଦିନ ସଫଳ ହେବାରେ ଲାଗିଛି। ଆଜି ଫରେଷ୍ଟ୍ ରେଂଞ୍ଜ୍ କାର୍ଯ୍ୟାଳୟ ଭୁବନେଶ୍ୱର କିଣି ନେଇଛନ୍ତି ୨ (ଦୁଇ) ଟନ୍ ର ‘ମୋ ଖତ’। ଅଗ୍ରୀମ ଅର୍ଡ଼ର୍ ଅନୁସାରେ ଆଜି ଏହି ଖତ ବିକ୍ରୟ ହୋଇଛି।
ଭୁବନେଶ୍ୱରରେ ଚାଲୁ ହୋଇଯାଇଛି ୧୮ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ ସି ସି)। ଏଗୁଡ଼ିକରେ ସଂଗୃହିତ ଓଦା ବର୍ଜ୍ୟବସ୍ତୁରୁ ଉତ୍ପାଦନ ହେଉଛି ସ୍ୱତନ୍ତ୍ର ଧରଣର ଜୈବିକ ସାର ‘ମୋ ଖତ’। ଚାଲୁ ରହିଥିବା ଏମ୍ ସି ସି ଗୁଡ଼ିକରୁ ‘ମୋ ଖତ’ ର ଉତ୍ପାଦନ ଆରମ୍ଭ ହେବା ପରେ ପରେ ଆଜି ସୁଦ୍ଧା ୧୧ ଟନ୍ ର ‘ମୋ ଖତ’ ବିକ୍ରୟ ହୋଇସାରିଛି। ନିକୋ ପାର୍କ ନିକଟରେ ଥିବା ୩ ଗୋଟି ଏମ୍ ସି ସି (ୱାର୍ଡ଼ ନଂ-୨୮,୨୯,୩୫,୩୬ ନିମନ୍ତେ ରହିଥିବା)ରୁ ଉତ୍ପାଦନ ହୋଇଥିବା ‘ମୋ ଖତ’ କୁ ଆଜି ଫରେଷ୍ଟ୍ ରେଂଞ୍ଜ୍ କାର୍ଯ୍ୟାଳୟ ଭୁବନେଶ୍ୱରକୁ ବିକ୍ରୟ କରିଛନ୍ତି ଏମ୍ ସି ସି ପରିଚାଳନା ଦାୟିତ୍ୱରେ ଥିବା ସ୍ୱଚ୍ଛସାଥି।
ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ର ପରିଚାଳନାରେ ଏବଂ ନାଗରିକ ମାନଙ୍କ ସହଯୋଗରେ ତିନୋଟି ଯାକ ଜୋନରେ ଚାଲୁ ରହିଥିବା ଏମ୍ ସି ସି ଏହି ଜୈବିକ ସାର ଯୋଗାଇ ଆସୁଛନ୍ତି। ଚଳିତ ବର୍ଷ ଜାନୁୟାରୀ ୮ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥ୍ନନଙ୍କ ଉପସ୍ଥିତିରେ ସ୍ଥାନୀୟ ରାଜମହଲ ଛକ ଠାରେ ‘ମୋ ଖତ’ ର ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇ ବିକ୍ରୟ ଚାଲୁ ରହିଛି। ଏହା ସାଙ୍ଗକୁ ଘରୋଇ ଏବଂ ସରାକାରୀ ଚାହିଦା ମୁତାବକ ଅଗ୍ରୀମ ଅର୍ଡ଼ର୍ ନିଆଯାଇ ଖତ ଯୋଗାଇ ଦିଆଯାଉଅଛି। ବନ ବିଭାଗ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡ଼ିଏ) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ (ଓୟୁଏଟି) ଙ୍କୁ ଅଗ୍ରୀମ ଅର୍ଡ଼ର୍ ମୁତାବକ ଖତ ଯୋଗାଇ ଦିଆଯାଇଅଛି।

ଭୁବନେଶ୍ୱରକୁ ପରିବେଶ ଅନୁକୂଳ କରିବା ପାଇଁ ଯେଉଁସବୁ ପଦକ୍ଷେପ ଚାଲୁରହିଛି ସେଥି ମଧ୍ୟରୁ ବିଜ୍ଞାନ ସମ୍ମତ ବର୍ଜ୍ୟ ପରିଚାଳନା ପାଇଁ ଏମସିସିଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ଆରମ୍ଭ ହୋଇଯାଇଛି। ଏଥିରେ ନିୟୋଜିତ ସ୍ୱଚ୍ଛସାଥିମାନଙ୍କୁ ଆଗକୁ ବଢାଇବା ପାଇଁ ମହାନଗର ନିଗମ ତରଫରୁ ‘ମୋ ଖତ’ର ଗୁଣାବତା ରକ୍ଷା, ବିକ୍ରୟ ଏବଂ ଏହାର ଆଦର ବଢାଇବା ନିମନ୍ତେ ନିୟମିତ ପ୍ରୟାସ ଜାରି ରହିଛି। ଘରୋଇ ବ୍ୟବହାର ସହିତ ସରକାରୀ କାର୍ଯ୍ୟାଳୟର ବ୍ୟବହାର ପାଇଁ ବି ଏମ୍ ସି କୁ ଅଗ୍ରୀମ ଅର୍ଡ଼ର୍ ଆସୁଛି। ନିକଟରେ ପ୍ରୋଜେକ୍ଟ୍ ଡ଼ାଇରେକ୍ଟର୍ ୱାଟର୍ ସେଡ଼୍, ଖୋର୍ଦ୍ଧାଙ୍କ ଠାରୁ ୪୦ ମେଟ୍ରିକ୍ ଟନ୍ ର ଅର୍ଡ଼ର୍ ରଖାଯାଇଛି। ଆମ ଏସ୍ ଏଚ୍ ଜି ର ମା’ ମାନେ ସ୍ୱଚ୍ଛସାଥିର ଭୂମିକା ନେଇ ଏହି ପ୍ରୟାସକୁ ଆଗେଇ ନେଇଛନ୍ତି ଏବଂ ସହଯୋଗୀ ସାମାଜିକ ସଂଗଠନମାନେ ଏହାକୁ ସହଯୋଗ କରୁଛନ୍ତି କହିଛନ୍ତି କମିଶନର ଶ୍ରୀ ସଂଜୟ କୁମାର ସିଂହ।
ତେବେ ଆଜିର ‘ମୋ ଖତ’ ବିକ୍ରୟରେ ଖୁସି ଅଛନ୍ତି ସମ୍ପୃକ୍ତ ଏମ୍ ସି ସି ଗୁଡ଼ିକର ସ୍ୱଚ୍ଛସାଥି। ନିଜ ତତ୍ୱାବଧାନରେ ଏବଂ ପରିଶ୍ରମରେ ଉତ୍ପାଦନ କରିଥିବା ସାମଗ୍ରୀକୁ ସରକାରୀ ସଂସ୍ଥା ଦ୍ୱାରା ଏହାକୁ ନେବାରେ ଆନନ୍ଦ ସେମାନଙ୍କ ଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ‘ମୋ ଖତ’ ବିକ୍ରୟକୁ ଉତ୍ସାହିତ କରିବା ପାଇଁ ନିକୋ ପାର୍କ ନିକଟସ୍ଥ ଏମ୍ ସି ସି ପ୍ରାଙ୍ଗଣକୁ ଯାଇ ସ୍ୱଚ୍ଛସାଥିମାନଙ୍କୁ ଉତ୍ସାହିତ କରିଛନ୍ତି। ଫରେଷ୍ଟ୍ ରେଂଞ୍ଜ୍ ଅଫିସ୍ର ଗାଡ଼ିକୁ ପତାକା ଦେଖାଇ ନିଜର ସାମଗ୍ରୀ ବିକ୍ରୟ କରିଛନ୍ତି ସ୍ୱଚ୍ଛସାଥି।
ଚାଲୁ ରହିଥିବା ଏମସିସି ଗୁଡ଼ିକୁ ନିୟମିତ ପ୍ରଦକ୍ଷଣ ଏବଂ ବୈଷୟିକ ସହଯୋଗ କରିବା ନିମନ୍ତେ ଡ଼େପୁଟି କମିଶନର ସାନିଟେସନ୍, ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ୱାବଧାନରେ ବିଏମସି ଏସବିଏ ସେଲର ଏକ୍ସପର୍ଟ ଏବଂ ସାନିଟେସନ୍ ଏକ୍ସପର୍ଟମାନେ କାର୍ଯ୍ୟରତ ଅଛନ୍ତି। ବର୍ଜ୍ୟ ସଂଗ୍ରହରୁ ଆରମ୍ଭ କରି ପ୍ରକ୍ରିୟାକରଣ ଏବଂ ‘ମୋ ଖତ’ ଉତ୍ପାଦନ ପର୍ଯ୍ୟନ୍ତ ଏହି ଏକ୍ସପର୍ଟମାନେ ସହଯୋଗ କରିଥାନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories