www.samajalive.in
Saturday, December 13, 2025
27.1 C
Bhubaneswar

ସେଣ୍ଟ୍ରାଲ ବ୍ୟାଙ୍କର ନିଟ୍‍ ଲାଭ ୨୦୬ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଗତ ଜୁନ ସୁଦ୍ଧା ଶେଷ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୦୬ କୋଟି ଟଙ୍କା ଲାଭ ଉପାର୍ଜନ କରିଛି। ଏହା ତାହାର ପୂର୍ବବର୍ଷ ସେହି ସମୟରେ ବ୍ୟାଙ୍କର ହୋଇଥିବା ଲାଭ ପରିମାଣ ୧୩୫ କୋଟି ଟଙ୍କା ତୁଳନାରେ ୫୩% ଅଧିକ। ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ବ୍ୟାଙ୍କର ପରିଚାଳନାଗତ ଲାଭ ୬୮୮ କୋଟି ଟଙ୍କା ହୋଇଥିବାବେଳେ ଜୁନ୍‍ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ତାହା ୧୧୭୯ କୋଟି ଟଙ୍କା ହୋଇଛି। ଏଥିରେ ୭୧.୩୭% ବୃଦ୍ଧି ଘଟିଛି। ଆଲୋଚ୍ୟ ତିନ ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୨୯୨୧.୪୩ କୋଟି ଟଙ୍କାକୁ ବୃଦ୍ଧିପାଇଛି, ଯାହା ପୂର୍ବବର୍ଷ ସେହି ସମୟରେ ୧୮୬୬୦.୫୦ କୋଟି ଟଙ୍କା ଥିଲା। ବ୍ୟାଙ୍କର ଡିଜିଟାଲ ଦେଣନେଣ ଚଳିତ ବର୍ଷ ଜୁନ ସୁଦ୍ଧା ଶେଷ ହୋଇଥିବା ଏକବର୍ଷ ଅବଧି ମଧ୍ୟରେ ୭୦.୭୯%ରୁ ୭୮.୩୯%କୁ ବୃଦ୍ଧିପାଇଛି। ବ୍ୟାଙ୍କର ସମଗ୍ର ଦେଶରେ ୪୫୯୪ ଶାଖା ଜରିଆରେ ଉପସ୍ଥିତି ରହିଛି ଏବଂ ସେଥିମଧ୍ୟରୁ ୨୯୩୬ ଶାଖା ଗ୍ରାମାଞ୍ଚଳ, ଅର୍ଦ୍ଧ ସହରାଞ୍ଚଳରେ ରହିଛି। ଏଥିସହିତ ଜୁନ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ୩୪୨୭ଟି ଏଟିଏମ ଏବଂ ୭୦୧୮ ବିସି ପଏଣ୍ଟ ରହିଥିଲା। ଚଳିତ ବର୍ଷ ଜୁନ ୩୦ ସୁଦ୍ଧା ବ୍ୟାଙ୍କର ମୋଟ ବ୍ୟବସାୟ ପରିମାଣ ୫୦୬୭୧୨ କୋଟି ଟଙ୍କା ଥିବାବେଳେ ସେଥିରେ ପୂର୍ବବର୍ଷ ସେହି ସମୟ ତୁଳନାରେ ୧.୮୦% ଅଭିବୃଦ୍ଧି ଘଟିଛି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories