www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟରେ ବ୍ୟାପିଲାଣି ଡେଙ୍ଗୁ, ଭାଙ୍ଗୁନି ବିଜେଡ଼ି ସରକାରଙ୍କ ନିଦ : କଂଗ୍ରେସ

ଭୁବନେଶ୍ୱର :  କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏକ ଭୟଙ୍କର ସ୍ଥିତି ଦେଇ ଗତିକରୁଛି । କରୋନାର ଭୟଙ୍କର କରାଳ ରୂପ ଲୋକଙ୍କ ମନରୁ ଲିଭି ନଥିଲା ବେଳେ ବର୍ତମାନ ଦେଶରେ ଡେଙ୍ଗୁ ମହାମାରୀର ପ୍ରକୋପ ଦେଖା ଦେଲାଣି ।  ଦେଶର ବିଭିନ୍ନ ସ୍ଥାନରୁ ଯଥା ଦିଲ୍ଲୀ, ସୁରଟ ସମେତ ଦେଶର ଅନ୍ୟାନ୍ୟ ବଡ଼ ସହରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ । କିନ୍ତୁ ଏବେ ଆମ ରାଜ୍ୟ ଓଡ଼ିଶାରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତି ମଶା ଦ୍ୱାରା ଏହି ଡେଙ୍ଗୁ ରୋଗ ବ୍ୟାପୁଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ରାଜ୍ୟରେ ଗୁରତର ଆକାରରେ ଧାରଣ କଲାଣି । କରୋନା ସାଂଗକୁ ଡେଙ୍ଗୁରୋଗ ଲୋକଙ୍କୁ ଭୟଭିତ କରୁଛି । ଆଜି ସୁଦ୍ଧା ରାଜ୍ୟରେ ସରକାରୀ ହିସାବରେ ୪୫୩ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ପ୍ରତିଦିନ ୩୦ ରୁ ଅଧିକ ଲୋକ ଡେଙ୍ଗୁରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସରକାରୀ ହିସାବରୁ ଜଣାଯାଏ । କିନ୍ତୁ ପ୍ରକୃତରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ରୋଗୀ ସଂକ୍ରମିତ ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଓ ଅନ୍ୟତମ ମୁଖପାତ୍ର ମନୋରଞ୍ଜନ ଦାଶ ଅଭିଯୋଗ କରିଛନ୍ତି ।

ଡ. ପଟ୍ଟନାୟକ କହିଛନ୍ତି ବିଗତ ୩-୪ ବର୍ଷ ଧରି ଆମ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହିତ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି । ପୌରାଂଚଳର ଅଧିବାସୀ ମାନଙ୍କ ଠାରୁ ଟିକସ ଆଦାୟ କରୁଥିବା ମହାନଗର ନିଗମ ସମେତ ରାଜ୍ୟର ପୌର କର୍ତୃପକ୍ଷମାନେ ଡେଙ୍ଗୁ ରୋଗ ନିୟନ୍ତ୍ରଣ କରିବାରେ ସଂପୂଣ୍ଣ ବିଫଳ ବୋଲି କଂଗ୍ରେସ ଅଭିଯୋଗ କରିଛି । ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ଅପେକ୍ଷା ରାଜ୍ୟସରକାରଙ୍କ ପଦାଧିକାରୀ ଓ ନେତାମାନେ ପ୍ରିୟାପ୍ରୀତି ପୋଷଣ ଓ ଅର୍ଥ ତୋଷରପାତ ରେ ବ୍ୟସ୍ତ ରହୁଛନ୍ତି । ସେହିପରି ନଗର ଉନ୍ନୟନ ମନ୍ତ୍ରୀ ଏକ ହତ୍ୟା ମାମଲାରୁ ନିଜ ନାମକୁ କାଟିବାକୁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ମୁକାବିଲା କିଭଳି ହେବ ତାହାକୁ ନେଇ ଚିନ୍ତା କରୁନାହାନ୍ତି କି ତାଙ୍କ ବିଭାଗ କୌଣସି ଆବଶ୍ୟକ ପଦକ୍ଷେପ ନେଉଁ ନାହାନ୍ତି । ପୌରାଂଚଳରେ ହୋଲଡିଂ ଟ୍ୟାକ୍ସ ନେଉଛନ୍ତି କିନ୍ତୁ ସେବା ଯୋଗାଇ ଦେଉନାହାନ୍ତି କାହିଁକି ବୋଲି ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଡ. ପଟ୍ଟନାୟକ । ପୌରାଂଚଳ ଓ ସହରାଂଚଳରେ ଦୁଇବର୍ଷରୁ ଅଧିକ ସମୟ ଧରି ଜନପ୍ରତିନିଧି ନଥିବାରୁ ରାଜ୍ୟରେ ଏଭଳି ଅବସ୍ଥା ଦେଖାଦେଇଛି । କେବଳ ଲୋକମାନଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି କିନ୍ତୁ ଡେଙ୍ଗୁ ରୋଗୀଙ୍କ ଜୀବନ ରକ୍ଷାପାଇଁ ସରକାର କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ନଗରବାସୀଙ୍କ ପାଇଁ କେତେକ ପରାମର୍ଶମାନ (ଏୟାର କୁଲରେ ଥିବା ପାଣି, ପୂଜାଘରେ ଥିବା ଜଳପାତ୍ର, ଘରେ ମହଜୁତ ଥିବା ଜଳପାତ୍ର ଆଦିର ଜଳକୁ ନିୟମିତ ଭାବେ ପରିବର୍ତନ ଓ ସଫା କରିବା) ଦେଇ ସରକାର ହାତ ଟେକି ଦେଇଛନ୍ତି । କେବଳ ମିଥ୍ୟା ପ୍ରଚାର, ମିଥ୍ୟା ପ୍ରତିଶୃତି ଦେଇ ଜନସାଧାରଣଙ୍କୁ ପ୍ରତାରଣା କରିଚାଲିଛନ୍ତି ବୋଲି ସେ କହିଛନ୍ତି । ବିଶେଷକରି ଭୁବନେଶ୍ୱର ଓ କଟକ ସହରରେ ଏହା କାୟା ବିସ୍ତାର କରିଚାଲିଛି । ୧୦୭ରୁ ଅଧିକ ଡେଙ୍ଗୁ ରୋଗରେ ସଂକ୍ରମିତ ହୋଇଛନ୍ତି ।

- Advertisement -

ଭୁବନେଶ୍ୱର ଏବଂ କଟକର ଅଧିକାଂଶ ଅଂଚଳରେ ଡେଙ୍ଗୁରୋଗର ପାଦୃଭାବ ବଢ଼ୁଛି । ଦୈତନଗରୀ ଭୁବନେଶ୍ୱର କଟକରେ ସରକାରୀ ହିସାବରେ ଡେଙ୍ଗୁରେ କେହି ମୃତ କରିନଥିଲେ ବି ଯେଉଁ ପରିମାଣରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ସେଥିପାଇଁ ସରକାର ଦାୟି ରହିବେ ବୋଲି ମୁଖପାତ୍ର ଶ୍ରୀ ଦାଶ ସରକାରଙ୍କୁ ଚେତେଇ ଦେଇଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ, ଏଠି ନାଳନର୍ଦ୍ଦମା ସଫା ନହେବା, ମଶାତେଲ ନପଡ଼ିବା, ମଶାଧୂଆଁ ଗାଡ଼ି ନବୁଲିବା ଦ୍ୱାରା ଡେଙ୍ଗୁ ବ୍ୟାପୁଛି ବୋଲି ଶ୍ରୀ ଦାଶ କହିଛନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାଶ କହିଥିଲେ ।

ଏହି ଅବସରରେ  କଂଗ୍ରେସ ଦଳ ତରଫରୁ ସରକାରଙ୍କୁ କେତେଗୁଡ଼ିଏ ପ୍ରଶ୍ନ କରାଯାଇଛି ।
– କେତୋଟି ଟିଫୋ ମେସିନ ଆସିଥିଲା, ଏବେ କେଉଁ ଅବସ୍ଥାରେ ଅଛି ଏବଂ ବର୍ତମାନ କେତୋଟି କାର୍ଯ୍ୟକ୍ଷମ ଅଛି?
-ଏହି ଟିଫୋ ମେସିନ କେଉଁ ସ୍ଥାନରେ କେବେ ବୁଲିଛି ଏବଂ କେତେଥର ବୁଲିଛି?
-କେବଳ ଟିକସ ଓ ଫାଇନ ଆଦାୟ କରିବା କ’ଣ ବିଏମସି ଓ ସିଏମସିର କାମ କି?
-ସ୍ମାର୍ଟସିଟି ପ୍ରଚାର କେବଳ ବିଜ୍ଞାପନରେ ସିମିତ କି?
-ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାମରା ତେଲ କେତେ ପରିମାଣରେ କିଣାଯାଇଛି ଏବଂ କେଉଁ ସ୍ଥାନରେ କେତେଥର ବ୍ୟବହାର ହୋଇଛି ।
ତେଣୁ ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ହସପିଟାଲରେ ଡେଙ୍ଗୁରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବା ସହିତ ମହାନଗରର ପ୍ରତ୍ୟେକ ୱାର୍ଡରେ ନାଳନର୍ଦ୍ଦମା ସଫା କରିବା ଏବଂ ଆବଶ୍ୟକତା ଅନୁଯାୟୀ ମଶାଧୂଆଁ ଏବଂ ମଶାତେଲ ପକାଇବା ସହ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବାପାଇଁ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାପାଇଁ ସରକାରଙ୍କ ପାଖରେ ଦାବି ଜଣାଇଛି କଂଗ୍ରେସ । ଏହି ଅବସରରେ କଟକ, ଭୁବନେଶ୍ୱର ମହାନଗରର କମିଶନରଙ୍କୁ ଏକ ଦାବି ପତ୍ର ଦିଆଯିବା ସଂଗେ ସଂଗେ ବିଭିନ୍ନ ୱାର୍ଡ ବୁଲି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଜନସଚେତନ କରିବା ସହିତ ଅଳିଆ ଆବର୍ଜନା କିପରି ସଫା ହୋଇପାରିବ ତାହା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories