www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି। ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ବଡ଼ ଯୋଗଦାନ ରଖିବ। ଏବେ ଅନଲାଇନ ଶିକ୍ଷା ଏକ ନିତ୍ୟ ନୈମିତିକ ପ୍ରକ୍ରିୟା ହୋଇଯାଇଛି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

–ଦୀକ୍ଷା ପୋର୍ଟାଲ ଶିକ୍ଷାଦାନର ପ୍ରମୁଖ ମାଧ୍ୟମ ପାଲଟି ଯାଇଛି। ଆଜିର ଯୁବପିଢ଼ିକୁ ବନ୍ଧନରୁ ମୁକ୍ତି ଦରକାର, ଏକ୍ସପୋଜର ଦରକାର। ସାଧାରଣ ପରିବାରୁ ଆସିଥିବା ଯୁବକ ଯୁବତୀ ଏବେ ଉତ୍କର୍ଷ ଦେଖାଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଆଜି ଭାରତୀୟ ଯୁବକ ଉନ୍ନତି କରି ଚାଲିଛନ୍ତି।

- Advertisement -

–ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ୮ ରାତିରେ ୧୪ ଇଞ୍ଜିନିୟରିଂ କଲେଜରେ ୫ ଭାଷାରେ ପାଠ ପଢ଼ାଯିବ। ମାତୃଭାଷାରେ ପଢ଼ିଲେ ଗରିବ ପିଲାର ଆତ୍ମବିଶ୍ବାସ ବଢ଼ିବ।

–ଟୋକିଓ ଅଲିମ୍ପିକ୍ସରେ ଭାରତର ଆଉ ଏକ ପଦକ ଆଶା ମଉଳି ଯାଇଛି। ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୨୧ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମେରି କମ୍ ପ୍ରି-କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି ।

–ମେଡିକାଲ ଶିକ୍ଷାରେ ଓବିସି, ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସଂରକ୍ଷଣ ଘୋଷଣା; ଓବିସିଙ୍କ ପାଇଁ ୨୭% ଏବଂ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦% ସଂରକ୍ଷଣ

–ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ଆସନ୍ତାକାଲିଠାରୁ ଅଫଲାଇନ୍‍ ମାଧ୍ୟମରେ ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା ଆରମ୍ଭ ହେବ। କୋଭିଡ୍‍ ନିୟମ ପାଳନ ସହ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ।

–ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା।

–ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ସାଧାରଣ ଲୋକେ ଦେଖି ପାରିବେ। ଏ ନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ-୨୦୨୧’ ପ୍ରଣୟନ କରାଯାଇଛି।

–ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୭୬୮ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯। ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ; ଦିନକରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ

–ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮। ରାଜ୍ୟରେ ଆଉ ୧୬୯୯ ଆରୋଗ୍ୟଲାଭ କରିଥିବାବେଳେ ମୋଟ ୯୫୧୦୪୯ ଜଣ ସୁସ୍ଥ। ରାଜ୍ୟରେ ସଂପ୍ରତି ୧୭୨୬୨ ଜଣ ସଂକ୍ରମିତ

–ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ। ୩୮,୪୬୫ ଜଣ କରୋନାରୁ ଆରୋଗ୍ୟ ଲାଭ ; ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ। ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ ସଂକ୍ରମିତ

–ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୪୬.୨୬ କୋଟି ନମୁନା ପରୀକ୍ଷା ;  ଦେଶରେ ମୋଟ ୪୫.୦୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି। ସଂପ୍ରତି ଦେଶରେ ଦୈନିକ ସଂକ୍ରମଣ ହାର ୨.୫୨% ଏବଂ ସାପ୍ତାହିକ ହାର ୨.୩୮%

–ଅଗଷ୍ଟ ୧୫ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି କଲେ ପଶ୍ଚିମବଙ୍ଗ ସରକାର

–ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ୍‌ ପିଜି ପ୍ରବେଶିକା ପରୀକ୍ଷା

–ସୁନାବେଡ଼ା ହେବ ବାଘ ଅଭୟାରଣ୍ୟ

–ଆଇଏଏସ ସ୍ତରରେ ଅଦଳବଦଳ ; ଅଶୋକ ମିନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ

–ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ୍ ଏମ୍ସରେ ଭର୍ତ୍ତି

–ଝାଡଖଣ୍ଡରେ ଗାଡି ଧକ୍କା କରି ଅତିରିକ୍ତ ଜିଲା ଜଜ୍‍ଙ୍କୁ ହତ୍ୟା; ଅଟୋ ଡ୍ରାଇଭର ଓ ସହଯୋଗୀ ଗିରଫ

–କେରଳରେ ୩୧ ଜୁଲାଇ ଓ ଅଗଷ୍ଟ ୧ ସମ୍ପୂର୍ଣ୍ଣ ତାଲାବନ୍ଦ ; ୨୪ ଘଣ୍ଟାରେ ସଂକ୍ରମଣ ୨୨ ହଜାର ପାର

–ତାଲିବାନ ହେଉଛନ୍ତି ସାଧାରଣ ନାଗରିକ, ସାମରିକ ଗୋଷ୍ଠୀ ନୁହନ୍ତି- ଇମ୍ରାନ ଖାଁ ;ତାଲିବାନକୁ ପ୍ରଶଂସା ସହିତ ନିଜର ସମର୍ଥନ ଜଣାଇଲା ଚୀନ

–ଲଘୁଚାପ ଘନୀଭୂତ, ୧୦ ଜିଲାକୁ ସତର୍କ ସୂଚନା

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories