www.samajalive.in
Friday, December 12, 2025
16.1 C
Bhubaneswar

ନାବାଳକକୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା

କଲମପୁର : ଜଣେ ନାବାଳକକୁ ଜନୈକ ବ୍ୟକ୍ତି ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିବା ଓ ତାକୁ ଉଦ୍ଧାର ପାଇଁ ଯାଇଥିବା ମୃତକର ବଡ ଭଆଇକୁ ଧନୁ ତୀର ଦ୍ୱାରା ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ଥୁଆମୁଳ ରାମପୁର ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଥୁଆମୁଳ ଭଟ୍ଟାଗୁଡାର ଏକ ୧୦ ବର୍ଷ ବୟସର ପିଲା ଅନିଲ ମାଝୀ ପିତା ଘାସିରାମକୁ ସେହି ଗ୍ରାମର ଜୟସିଂ ଜାନୀ କୌଣସି କାରଣ ନଥାଇ ଏକ ଟାଙ୍ଗି ଧରି ଗୋଡାଇଥିଲା। ବାଳକଟି ଭୟରେ ଦୌଡୁଥିବା ବେଳେ ଜୟସିଂ ତାପଛରେ ରହି ପିଠି ଓ ମୁଣ୍ଡକୁ ଟାଙ୍ଗିଆ ଦ୍ୱାରା ଆକ୍ରମଣ କରିଥିଲା। ପିଲାଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତାକୁ ଉଦ୍ଧାର ପାଇଁ ଯାଇଥିବା ମୃତକର ବଡ଼ ଭାଇ ଦେବାନନ୍ଦ କୁ ମଧ୍ୟ ଜୟସିଂ ଧନୁତୀରରେ ବିନ୍ଧି ଦେବା ଦ୍ୱାରା ଦେବାନନ୍ଦର ଗୋଡରେ ଆଘାତ ଲାଗିଛି। ସେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛି।  ଅନ୍ୟ ଜଣେ ବୃଦ୍ଧ ଚାମା ଜାନୀ ମଧ୍ୟ ଏହି ବ୍ୟକ୍ତିର ଆକ୍ରମଣର ଶିକାର ହେଇଥିବା ସୁଚନା ମିଳିଛି।
ଏନେଇ ସୂଚନା ପାଇବା ପରେ ଥୁଆମୁଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ପହଞ୍ଚି ମୃତ ଦେହ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଛନ୍ତି।

ଆସନ୍ତା କାଲି ଭବାନିପାଟଣାରୁ ଏକ ବିଶେଷଜ୍ଞ ଦଳ ପହଂଚିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ଘଟଣାର ଅନ୍ତରାଳେ କୌଣସି ଶତୃତା ନଥିବା ବେଳେ ଜୟସିଂ ଏକ ମଦ୍ୟପ ବ୍ୟକ୍ତି ଓ ମଦପାନ ପରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଏଭଳି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories