www.samajalive.in
Friday, December 12, 2025
15.1 C
Bhubaneswar

ମନରେଗା ଅର୍ଥ ଚଳୁ, ନିମ୍ନ ମାନର ମାଟି କାମ ଯୋଗୁଁ ଘୁଣ୍ଟିଆ ସାହି – ଝଲରା ଛକ ରାସ୍ତା ଶୋଚନୀୟ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମର ଘୁଣ୍ଟିଆ ସାହିରୁ ଝଲରା ଛକ ରାସ୍ତାର ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା କାମ କରାଯାଇଥିବା ବେଳେ ନିମ୍ନ ମାନର କାମ କରାଯାଇ ସରକାରୀ ଅର୍ଥ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। କେବଳ କିଛି ମାଟି ରାସ୍ତାରେ ପକାଇ ଦିଆଯିବା ପରେ ଏହି ରାସ୍ତା କାଦୁଅ ପଚ ପଚ ହୋଇ ଯାଇଛି। ଯାହା ଫଳରେ ଏହି ରାସ୍ତା ଉପରେ ବେଲଦା,ଭାଲୁଘର ,ପୋଡ଼ାସିମଳା ଆଦି ଗ୍ରାମ ସହ ଅନ୍ୟାନ୍ୟ ଗ୍ରାମକୁ ଯାତାୟାତ କରିବା ସମୟରେ ଯାନବାହାନ ହେଉ ଅଥବା ପାଦରେ ଯିବା ମଧ୍ୟ କଷ୍ଟକର ହୋଇପଡୁଛି।

ଏହି ରାସ୍ତା ଦେଇ ପାଖ ହେଉଥିବାରୁ ଲୋକେ ୪୯ ନଂ ଜାତୀୟ ରାଜପଥ କୁ ଆସିଥାନ୍ତି। ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଲୋକେ ବ୍ଲକ ପ୍ରଶାସନ କୁ ଦାୟୀ କରୁଛନ୍ତି। ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଥିଲେ ମଧ୍ୟ ଅଳ୍ପ କିଛି ମାଟି ପକାଇ ଦିଆଯିବା ପଛରେ କାହାର ସ୍ବାର୍ଥ ରହିଛି ତାହାର ତଦନ୍ତ ସହ ଘୁଣ୍ଟିଆ ସାହିବାସୀଙ୍କୁ ନ୍ୟାୟ ଦେବାକୁ ମତ ପ୍ରକାଶ ପାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories