ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପ୍ରକଳ୍ପ ପକ୍ଷରୁ ଆଜି ପଣ୍ଡଲୋଇ ଠାରେ ଥିବା ଆର୍.ଏଣ୍ଡ୍ ଆର୍ କଲୋନୀ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଛି। ମୁଖ୍ୟ ରାଜରାସ୍ତାରୁ କଳୋନୀର ସମସ୍ତ ରାସ୍ତାକୁ କଂକ୍ରିଟ କରାଯିବା, ମହିଳାମାନଙ୍କର ଜୀବନ ଜୀବିକାର ଅଭିବୃଦ୍ଧି ନିମନ୍ତେ ସ୍ଥାୟୀ ସିଲେଇ କେନ୍ଦ୍ର ନିର୍ମାଣ ଏବଂ ଅତ୍ୟାଧୁନିକ ଗୋଷ୍ଠି କେନ୍ଦ୍ର ନିର୍ମାଣ କାର୍ଯ୍ୟର ଆଜି ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନବ ସମ୍ଭଳ ବିଭାଗ ମୁଖ୍ୟ ଡ. ବିବେକାନନ୍ଦ ମିଶ୍ର, ଏସ.ବି.ଆଇ ଆତ୍ମ ନିର୍ଭରଶୀଳ ପ୍ରତିଷ୍ଠାନର ମୁଖ୍ୟ ସୌରଭ ରାୟ, ପୂର୍ବତନ ବ୍ଳକ୍ ଉପାଧ୍ୟକ୍ଷ କିରଣ ବେହେରା ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ପାରିପାର୍ଶ୍ବିକ ଉନ୍ନୟନ ବିଭାଗର ମୁଖ୍ୟ କ୍ଟେତା ଉପାଧ୍ୟାୟ ଏବଂ ସହ-ପ୍ରବନ୍ଧକ ମନୋରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।



