www.samajalive.in
Friday, December 12, 2025
26.1 C
Bhubaneswar

ପକ୍ସୋ ଅଦାଲତରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ପକ୍ସୋ ଅଦାଲତର ଅତିରିକ୍ତ ଜିଲା ଜଜ୍‍ ତଥା ପ୍ରିଜାଇଡିଂ ଅଫିସର ପାର୍ଥ ସାରଥି ପଟ୍ଟନାୟକ ୨୦୧୪ ଡିସେମ୍ବର ମାସରେ ସଂଗଠିତ ଏକ ଚାଞ୍ଚଲ୍ୟକର ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତ ସଞ୍ଜୀବ ବାର୍ଲାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

ମକଦ୍ଦମାର ବିବରଣୀରୁ ପ୍ରକାଶ, ଅଭିଯୁକ୍ତ ସଞ୍ଜୀବ ଏକ ଗାଁରେ ପଶି ନିଜକୁ ମାଓବାଦୀର ପରିଚୟ ଦେଇ ଗ୍ରାମବାସୀଙ୍କୁ ଧମକଚମକ ଦେବା ସହ ୩ଜଣ ନାବାଳିକାଙ୍କୁ ଗାଁରୁ ଉଠାଇ ନେଇଥିଲା। ପରବର୍ତ୍ତୀ ସମୟରେ ଦୁଇ ନାବାଳିକାଙ୍କୁ ଅନ୍ୟ ଏକ ସ୍ଥାନରେ ଛାଡ଼ି ପୀଡ଼ିତା ନାବାଳିକାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଏ ସଂପର୍କରେ ନାବାଳିକା ଜଣକ ଘରେ ପହଞ୍ଚି ପରିବାରବର୍ଗଙ୍କୁ କହିବାରୁ ପରିବାର ଲୋକେ କେ.ବଲାଙ୍ଗ ଥାନାରେ ଏତଲା ଦେବାରୁ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମୀମ ଅଖତର ମକୋଦ୍ଦମା ପରିଚାଳନା କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories