www.samajalive.in
Saturday, December 13, 2025
18.1 C
Bhubaneswar

ସିକନ୍ଦର ଆଲମଙ୍କ ସୁଲଳିତ କଣ୍ଠର ସଙ୍ଗୀତ ଓଡ଼ିଶାର ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ଜଗତର ଅମ୍ଳାନ ପ୍ରତିଭା ମହମ୍ମଦ ସିକନ୍ଦର ଆଲମଙ୍କ ୮୨ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ତାଙ୍କ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ସରକାରଙ୍କ ପ୍ରବର୍ତ୍ତିତ କୋଭିଡ ନିୟମ ଅନୁପାଳନ ପୂର୍ବକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, “ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦକ ଲେଲିନ ମହାନ୍ତି, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ରବି ନାରାୟଣ ନନ୍ଦ, ସ୍ୱର୍ଗତ ଆଲମଙ୍କ ଧର୍ମପତ୍ନୀ ନଇମା ଆଲମ, କନ୍ୟା ନାଜ୍ଜିଆ ଆଲମ, ବଦ୍ରି ମିଶ୍ର, ବାବା ପଞ୍ଚଦେବ, ସତ୍ୟବ୍ରତ ଜେନା, ହିରଣ୍ୟ ବେହେରା, କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ମିଳନ ପାଇକରାୟ, ପ୍ରେମଶଙ୍କର ଦାସ, ମଳୟ ଜେନା, ନିତ୍ୟାନନ୍ଦ ମିଶ୍ର, ଭିକାରୀ ସାହୁ ଓ ନଗେନ ନାୟକ ଉପସ୍ଥିତ ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦୀପଦାନ ପୂର୍ବକ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ।

ନିଜ ବକ୍ତବ୍ୟରେ ବକ୍ତାମାନେ ସିକନ୍ଦର ଆଲମ ଓଡ଼ିଶାର ସଙ୍ଗୀତ ଜଗତର ଉଜ୍ଜ୍ୱଳ ନକ୍ଷତ୍ର ଭାବେ ନିଜ ସୁଲଳିତ କଣ୍ଠରେ ବହୁସଂଖ୍ୟକ ଭଜନ, ଆଧୁନିକ ସଙ୍ଗୀତ ଗାନ କରିବା ସହିତ ଆକାଶବାଣୀ ଓ ଦୂରଦର୍ଶନର ଲୋକପ୍ରିୟ କଳାକାର ହେବା ସଙ୍ଗେସଙ୍ଗେ ବହୁ ଚଳଚ୍ଚିତ୍ରରେ କଣ୍ଠଦାନ କରି ରାଜ୍ୟରେ ନିଜ ଲୋକପ୍ରିୟତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଥିଲେ। ତାଙ୍କ ଭଜନ ଗାୟନ ଶୈଳୀରେ ମୁଗ୍ଧ ହୋଇ ଜନସାଧାରଣ ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ବୋଲି ସମ୍ବୋଧନ କରୁଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ରଙ୍କୁ ମହମ୍ମଦ ସିକନ୍ଦର ଆଲମଙ୍କ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରିଶେଷରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories