www.samajalive.in
Friday, December 12, 2025
14.1 C
Bhubaneswar

କୃନାଲ ପାଣ୍ଡ୍ୟା କରୋନା ପଜିଟିଭ; ଘୁଞ୍ଚିଲା ଟି-୨୦

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ଟି-୨୦ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ତଥା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଦିନକ ପାଇଁ ଘୁଞ୍ଚାଇ ଦିଆ ଯାଇଛି। ଆଜି ଖେଳା ଯିବାକୁ ଥିବା ମ୍ୟାଚ ଅର୍ଥାତ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍ ବୁଧବାର ଖେଳାଯାଇପାରେ ବୋଲି କୁହାଯାଇଛି।

କୃନାଲଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟ ଭାରତ ଓ ଶ୍ରୀଲଙ୍କା ଟିମକୁ ଆଇସୋଲେସନକୁ ପଠାଇ ଦିଆଯାଇଛି। କିଛି ଖେଳାଳିଙ୍କୁ କୃନାଲ୍ ପାଣ୍ଡ୍ୟାଙ୍କ ସହ ଆଇସୋଲେଟ୍ କରିଦିଆଯାଇଛି। କୃନାଲଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିବା ପରେ ଦିନକ ପାଇଁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏଭଳି ସ୍ଥିତିରେ ଆସନ୍ତାକାଲି ମ୍ୟାଚ୍ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଯଦି ସବୁ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଭେଟିଭ ଆସେ, ତାହେଲେ ବୁଧବାର ମ୍ୟାଚ୍ ଖେଳାଯାଇପାରେ ବୋଲି କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories