www.samajalive.in
Friday, December 12, 2025
14.1 C
Bhubaneswar

୨ ଚାମଚ ବଟରରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ହାତରେ ଲଗାନ୍ତୁ

ମୁହଁର ସୁନ୍ଦରତା ସହ ହାତର ସୌନ୍ଦର୍ୟ୍ୟ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। କାରଣ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଦୁଇ ଗୁଣିତ କରିଥାଏ। ହାତ ଶୁଷ୍କ ଓ ଖରାର ପ୍ରଭାବରେ ହାତର ରଙ୍ଗ କମ ହେଲେ ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ ପ୍ରଭାବ ପକାଇଥାଏ। ବଜାରରେ ବହୁ ପ୍ରକାରର କେମିକାଲ ଯୁକ୍ତ କ୍ରିମ ମିଳିଥାଏ, ଯାହାକୁ ଲଗାଇବା ଦ୍ୱାରା ଏହା ଆମ ଚର୍ମ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ମାତ୍ର କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଉପାୟ ବିଷୟରେ ……
୨ଚାମଚ ବେସନରେ ଏକ ଚାମଚ ଦହି ମିଶାଇ,ଏହାକୁ ହାତରେ ଲଗାଇ ୩୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ହାତକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ହାତ କୋମଳ ଓ ଗୋରା ହୋଇଥାଏ।
୨ ଚାମଚ ବଟରରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଏହାକୁ ୨୦ ମିନିଟ ପର୍ୟ୍ୟନ୍ତ ହାତରେ ଲଗାଇ ରଖନ୍ତୁ। ୨୦ ମିନିଟ ପରେ ହାତକୁ ଧୋଇ ଦିଅନ୍ତୁ। ଏଥିରେ ଭିଟାମିନ ଇ ଥିବାରୁ ଏହା ହାତକୁ ନରମ, ସୁନ୍ଦର ଓ ଶୁଷ୍କତାକୁ ଦୂର କରିଥାଏ।
୧ ଚାମଚ ଚିନିରେ ଲେମ୍ବୁ ରସ ମିଶାଇ ଏହାକୁ ହାତରେ ଲଗାନ୍ତୁ। ଲଗାଇବା ସମୟରେ ହାତକୁ ଭଲ ଭାବେ ଘଷନ୍ତୁ। ଏହାକୁ ୧୫ମିନିଟ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ହାତକୁ ଗୋରା କରିବା ସହ ସମସ୍ତ ପ୍ରକାରର ଦୂଷିତ ପଦାର୍ଥ ବାହାର କରି ଦେଇଥାଏ।
ସପ୍ତାହକୁ ୨ଥର ଗୋଲାପ ଜଳରେ ହାତ ପୋଛିବା ଦ୍ୱାରା ମଧ୍ୟ ହାତ କୋମଳ ଓ ଗୋରା ହୋଇଥାଏ।
ଶୁଷ୍କ ତ୍ବଚାରେ ପ୍ରତ୍ୟହ ନଡ଼ିଆ ତେଲ ମାଲିସ୍ କଲେ ତ୍ବଚା ଫାଟିନଥାଏ।
ଯେ କୌଣସି ପ୍ୟାକରେ ୨-୩ ବୁନ୍ଦା ନଡ଼ିଆତେଲ ମିଶାଇ ତ୍ବଚାରେ ଲଗାନ୍ତୁ, ତ୍ବଚା ଉଜ୍ଜ୍ଵଳ ଦେଖାଯାଏ।
ନଡ଼ିଆତେଲରେ ଥିବା ପ୍ରତିଷେଧକ ତତ୍ତ୍ବ କାରଣରୁ ତାହା ବ୍ରଣ ରୋକିବାରେ ସାହାଯ୍ୟ କରେ।
କୁନି ଝିଅମାନଙ୍କୁ ନଡ଼ିଆତେଲରେ ପିଲାବେଳୁ ମାଲିସ୍ କରାଇଲେ, ସେମାନଙ୍କ ତ୍ବଚାରେ ସନ୍ ବର୍ଣ୍ଣ ହୁଏନାହିଁ। ତେବେ ଶୁଦ୍ଧ ନଡ଼ିଆତେଲର ପ୍ରୟୋଗର ଆବଶ୍ୟକତା ରହିଛି।
ନିୟମିତ ତ୍ବଚାରେ ନଡ଼ିଆ ତେଲ ମାଲିସ୍ କଲେ ତ୍ବଚାରେ ବୟସର ଛାପ ପଡ଼େନାହିଁ।
ଆଣ୍ଟିଅକ୍ସିଡାଣ୍ଟ ଭରପୂର ଆଖୁରସ ପିଇବା ସହ ବେସନ ପ୍ୟାକ୍‌‌ରେ ଆଖୁରସ ମିଶାଇ ଲଗାଇଲେ ବିଭିନ୍ନ ପ୍ରକାରର ଦାଗ ଦୂର ହୋଇଥାଏ। ଆଖୁରସ ପିଇଲେ ତ୍ବଚାରୁ ବୟସର ଛାପ ଦୂର ହେଉଥିବାର ଅନୁଧ୍ୟାନରୁ ପ୍ରକାଶ।
ଶରୀରକୁ ଶୀତଳତା ପ୍ରଦାନ କରୁଥିବା ତରଭୁଜ ରସ ମଧ୍ୟ ତ୍ବଚା ଉପରେ ଉତ୍ତମ ପ୍ରଭାବ ପକାଏ। ତରଭୁଜ ରସକୁ ଆଇସ୍‌ କ୍ୟୁବ୍‌ କରି ତ୍ବଚାରେ ମାଲିସ୍ କଲେ ସନ୍-ଟ୍ୟାନ୍‌ରୁ ରକ୍ଷା ମିଳେ।
ସେଓ ରସ ମଧ୍ୟ ତ୍ବଚାକୁ ଉତ୍ତମ ଖୋରାକ୍ ଯୋଗାଇଥାଏ। ସେଓ ରସ ୨ ଚାମଚରେ ମହୁ ମିଶାଇ ତ୍ବଚାରେ ଲଗାଇଲେ ରଙ୍ଗ ସଫା ହେଉଥିବାର ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories