www.samajalive.in
Friday, December 12, 2025
14.1 C
Bhubaneswar

ସଠିକ୍ ଉପାୟରେ ଖାଦ୍ୟ ଗ୍ରହଣ

ବହୁ ସମୟରେ ଦେଖାଯାଏ ଯେ, ଭୁଲ୍‍ ପ୍ରଣାଳୀରେ ରୋଷେଇ କରିବା ଦ୍ୱାରା ଖାଦ୍ୟରେ ଥିବା ଭିଟାମିନ ବା ପୋଷକ ତତ୍ତ୍ୱ ନଷ୍ଟ ହୋଇ ଯାଇଥାଏ। ଏହା ଦ୍ବାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ରୋଗାକ୍ରାନ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସଠିକ୍ ଉପାୟରେ ଖାଦ୍ୟ ଗ୍ରହଣ କରିବାର ଉପାୟ……..

ରସୁଣକୁ କାଟିବା ଦ୍ବାରା ଏଥିରେ ଥିବା ଏନଜାଇନ ଓ ଏଲିସିନ ନଷ୍ଟ ହୋଇଥାଏ। ତେଣୁ ରସୁଣକୁ ଗୋଟା ଖାଇଲେ ଏଥିରେ ଥିବା ଭିଟାମିନ ଦୃଦୟ ଓ ରକ୍ତ କୋଷିକା ପାଇଁ ହିତକାର ହୋଇଥାଏ।
ଗାଜରକୁ କାଟିବା ଦ୍ୱାରା ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ। ଗବେଷଣାରୁ ଜଣାପଡିଛି ଯେ ଗାଜରକୁ କାଟିକି ଖାଇବା ପରିବର୍ତ୍ତେ ସାଲଟ ବା ସୁପରେ ଗୋଟା ବ୍ୟବହାର କରିବା ଆବଶ୍ୟକ।

- Advertisement -

ଆଳୁକୁ ଛାଣି ଖାଇବା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ଦ୍ୱାରା ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଆଳୁକୁ ସିଝେଇ ଖାଇବା ଶରୀର ପାଇଁ ହିତକାର ହୋଇଥାଏ । ସିଝା ଆଳୁ ଖାଇଲେ କର୍କଟ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ଫାଷ୍ଟପୁଡ ଖାଦ୍ୟରେ ସାଧାରଣତଃ ସସର ଅଧିକ ବ୍ୟବହାର କରାଯାଏ। କିନ୍ତୁ ଏହି ସସ ଶରୀରରେ ଅଧିକ ମାତ୍ରାରେ ଚର୍ବି ବୃଦ୍ଧି କରିଥାଏ। ସସ ପରିବର୍ତ୍ତେ ଆପଣ ଧନିଆ ଓ ଲେମ୍ବୁକୁ ଗାନିସିଙ୍ଗ ପାଇଁ ବ୍ୟବହାର କରି ପାରିବେ।
ଅଣ୍ଡା ଭୁଜିଆ – ସକାଳର ଜଳଖିଆରେ ଅଣ୍ଡା ଭୁଜିଆ ଉତମ। ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ଏହାକୁ ଗୋଟିଏ ରୁଟି ସହ ଖାଇବା ଦ୍ୱାରା ଭୋକ ମଧ୍ୟ କମ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ।
ଚୁଡ଼ା ଉପମା-
ଅଳ୍ପ ବାଦାମ, ଭୁସଙ୍ଗପତ୍ର, ସାମାନ୍ୟ ଲଙ୍କା ଆଦି ପକାଇ ଚୁଡ଼ା ଉପମା ମଧ୍ୟ ଖାଇପାରିବେ।
ଓଟସ ଇଟିଲି – ଓଟସ ପ୍ରସ୍ତୁତ ଇଟିଲିରେ କାବ୍ରୋହାଇଡ଼୍ରେଟ କମ ମାତ୍ରାରେ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ।
ବିଭିନ୍ନ ପ୍ରକାର ଫଳ ଜୁସ – କିଛି ସମାନ୍ୟ ଖାଦ୍ୟ ଖାଇ ଆପଣ ଜୁସ ମଧ୍ୟ ପିଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପାକାରୀ। ଫଳରେ ବିଭିନ୍ନ ପ୍ରକାର ପ୍ରୋଟିନ, ଭିଟାମିନ ଆଦି ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories