www.samajalive.in
Sunday, December 7, 2025
23.1 C
Bhubaneswar

ଆଖଣ୍ଡଳମଣିଙ୍କ ପୀଠର ସମ୍ପ୍ରସାରଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ- ପୂର୍ବତନମନ୍ତ୍ରୀ ମନମୋହନ ସାମଲ

ଆରଡି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଥିବା ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନମନ୍ତ୍ରୀ ମନମୋହନ ସାମଲ । ତାହାସହ ପୀଠର ବିକାଶ ନାଁରେ ଦୀର୍ଘ ୨ବର୍ଷ ହେବ ୪୦ରୁ ଉର୍ଦ୍ଧ ବ୍ୟବସାୟୀଙ୍କୁ ଉଛ୍ୟେଦ କରିଥିଲେ ମଧ୍ୟ ଏପରି ମହାମାରୀ କରୋନା ସମୟରେ ଜୀବିକା ପୋଷଣ କରୁଥିବା ବ୍ୟବସାୟୀମାନେ ଘରେ ବସି ରହିବା ସହ ପ୍ରଶାସନର ସହାୟତାକୁ ଅପେକ୍ଷା କରି ରହିଛନ୍ତି । ସେହିପରି ମଣିବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଦୈନନ୍ଦିନ ନୀତିକାନ୍ତୀରେ ସେବାୟତମାନେ ପହଡ ଖୋଲିବା ଠାରୁ ପହଡ ପଡିବା ଯାଏଁ ପାଞ୍ଚଧୂପ ଅନ୍ନନୀତି ସହ ବେଶ କରିଥାନ୍ତି । ଏଥିପାଇଁ ଦୈନନ୍ଦିନ ପାଖାପାଖି ୧୦/୧୨ ହଜାର ଟଙ୍କା ଲାଗିଥାଏ । ହେଲେ ମହାମାରୀ ସମୟରେ ମନ୍ଦିରକୁ ଦୀର୍ଘ ୨ବର୍ଷ ହେବ ଭକ୍ତ ଆସୁନଥିବାରୁ ଦାନଦକ୍ଷିଣାରୁ ବଞ୍ଚିତ ହୋଇଛନ୍ତି ଶହଶହ ସେବାୟତ ପରିବାର । ଏପରି ଦୁର୍ଦିନ ସମୟରେ ମଣିବାବାଙ୍କ ସେବାପୂଜା ଓ ନୀତିକାନ୍ତିରେ ଯେପରି କୈାଣସି ବାଧା ନଉପୁଜିବ ସେଥିପାଇଁ ସେବାୟତମାନେ ଆର୍ଥିକ ଅନାଟନ ମଧ୍ୟରେ ପୂର୍ବପରି କରୁଛନ୍ତି ସମସ୍ତ ନୀତିକାନ୍ତି ।
ଏବେ ସେବାୟତମାନେ ଆର୍ଥିକ ସହାୟତା ପାଇଁ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ଦେବୋତ୍ତର ବିଭାଗ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି । ଏପରିକି ସରକାର ଯଦି ଆଗାମୀ ଦିନରେ ଯଦି ସେବାୟତମାନଙ୍କୁ ସହାୟତା ରାଶି ପ୍ରଦାନ ନକରନ୍ତି ତାହାଲେ ରାଜ୍ୟ ସରକାରଙ୍କ ବିରୋଧରେ ଦୃଢ ପ୍ରତିବାଦ କରାଯିବ ବୋଲି ଶ୍ରୀ ସାମଲଙ୍କ ସହ ଜୀବନାନନ୍ଦ ପାଢୀ, କିଶନ ପାଢୀ, ଉତ୍ତମ ମିଶ୍ର ପ୍ରମୁଖ କହିଛନ୍ତି । ଏପରିକି ଶ୍ରୀ ସାମଲଙ୍କ କହିବା ଅନୁଯାୟୀ ବିଗତଦିନରେ ଆଖଣ୍ଡଳମଣିଙ୍କ ପୀଠର ସମ୍ପ୍ରସାରଣ ସହ ୫୦ହଜାର ଶ୍ରଦ୍ଧାଳୁଭକ୍ତ ଏକତ୍ରିତ ହୋଇ ମଣିବାବାଙ୍କର ମହାଦୀପକୁ ଦର୍ଶନ କରିପାରିବେ ସେଥିପାଇଁ ୧୨୦କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯିବା ସହ ନାର୍ବାଡର ସହାୟତା ନିଆଯାଇଥିଲା । ଏବେ ପୀଠର ସର୍ବାଙ୍ଗିନ ଉନ୍ନତି ତଥା ପୂର୍ବ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ପାଇଁ ୨୫୦କୋଟି ଟଙ୍କାର ଆବଶ୍ୟକତା ରହିଛି । ଏଥିପାଇଁ ଆବଶ୍ୟକିୟ ଅନୁଯାୟୀ ଟଙ୍କା ଯୋଗାଇ ଦେବା ପାଇଁ କେନ୍ଦ୍ରର ସରକାରଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ପ୍ରସ୍ତୁତ କରାଯାଇ ପଠାଗଲେ ପୀଠର ଉନ୍ନତିମୂଳକ କାର୍ଯ୍ୟ ପାଇଁ କେନ୍ଦୀୟ ଅନୁଦାନ ମିଳିପାରିବ ବୋଲି ଶ୍ରୀ ସାମଲଙ୍କ ସହ ପୂର୍ବତନ ସରପଞ୍ଚ କିଶୋର ନାୟକ, ବରିଷ୍ଠନେତା କାହ୍ନୁଚରଣ ବେହେରା, ସୁରେଶ ସାହୁ, ସ୍ୱଦେଶ ପଣ୍ଡା, ମନୋରଞନ ପାଢୀ, ବାଲାଜୀ ପାଢୀ, କିସନ ପାଢୀ ପ୍ରମୁଖ ପ୍ରକାଶ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories