www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତାର ଖାଲରେ ଜମି ରହିଛି ପାଣି ; ଅଞ୍ଚଳବାସୀ ହନ୍ତସନ୍ତ

ରେଙ୍ଗଲିକେମ୍ପ : ଅତାବିରା ବ୍ଲକ ଲୁରୁପାଳି ଗ୍ରାମର ମେହେର ପଡ଼ା କୁ ଯାଇଥିବା ରାସ୍ତାଟି ବହୁତ୍ ଖରାପ ହୋଇଛି। ପ୍ରତି ଅଧାମିଟର ଅନ୍ତରରେ ଖାଲ ହୋଇ ଯାଇ ଅତିଶୟ ଶୋଚନୀୟ ହୋଇପଡିଛି।ଏବେ ବର୍ଷା ଦିନରେ ସେହି ଖାଲ ମାନଙ୍କରେ ପାଣି ଜମି ଯାଇ ତାହା ଏକ ପ୍ରକାର ଶୁଇମିଂ ପୋଲ ଭଳି ପ୍ରତୀୟମାନ ହେଉଛି।ପାଦରେ ଚାଲିଯିବା କଷ୍ଟକର ହୋଇ ପଡୁଛି ,ଆଉ ବାଇକ୍ କିମ୍ବା ଅନ୍ୟ ଯାନ ବାହନ କଥା କିଏ ପଚାରେ। ଏମିତିକି ଘର ମାନଙ୍କୁ ପାଣି ପଶି ପୁରୁଣା ସିମେଣ୍ଟ ଓ ମାଟି କାନ୍ଥ ଗୁଡ଼ିକ ଭୁଶୁଡ଼ି ବାକୁ ବସିଲାଣି । ଏଠି ଜମି ରହୁଥିବା ପାଣି କୁ ନିଷ୍କାସନ କରାଯାଇ ପାରୁ ନାହିଁ । ଏନେଇ ପଡ଼ାବାସି ଅନେକ ଥର ସରପଞ୍ଚ ତଥା ବ୍ଲକ କୁ ଜଣାଇଥିଲେ ସୁଦ୍ଧା କିଛି ଲାଭ ମିଳିନାହିଁ।ଏହି ପାଣି ଜମି ରହି ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି କରୁଛି।ଏବେ କରୋନା ମହାମାରୀ ସମୟରେ ଲୋକଙ୍କ ମନରେ ଛନକା ପଶିଥିବା ବେଳେ ଏମିତି ଆର୍ଦ୍ର ଓ ଦୂଷିତ ପରିବେଶ ଯୋଗୁ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ପ୍ରମାଦ ଗଣୁଛନ୍ତି ପଡ଼ାବାସି। ତେବେ ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେଇ ବ୍ୟବସ୍ଥା କରିବାକୁ ପଡ଼ାବାସୀ ଦାବି କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories