ଆଜି ଠାରୁ ଆରମ୍ଭ ଶ୍ରାବଣ ମାସର ପ୍ରଥମ ସୋମବାର। ବିଶେଷ କରି ଶ୍ରାବଣ ମାସରେ ଭଗବାନ ଶିବଶଙ୍କରର ପୂଜାର୍ଚ୍ଚନା କରାଯାଇଥାଏ। ଏହାସହ ବହୁ ଲୋକେ ଏହି ମାସରେ ବ୍ରତ ମଧ୍ୟ ପାଳନ କରିଥାଆନ୍ତି। ବିଶେଷ କରି ସୋମବାର ଦିନ। ଜାଣନ୍ତୁ ବ୍ରତ ପାଳନ ସମୟରେ ନିଜ ଖାଦ୍ୟ ଥାଳିରେ କେଉଁ କେଉଁ ଜିନିଷ ସାମିଲ କରିବେ………
ସକାଳର ଜଳଖିଆରେ କଦଳୀ କିମ୍ବା ଆମ୍ବକୁ ଜୁସ କରି ପିଇପାରିବେ।
୧୧ଟାରୁ ୧୨ଟା ମଧ୍ୟରେ ଏହି ସମୟରେ ଆପଣ ଫଳ ସେବନ କରିପାରିବେ।
ଖରାବେଳର ଖାଦ୍ୟ ସାବୁଦାନା ଖେଚେଡ଼ି, ସିଝା ଆଳୁ ଓ ଦହିର ସେବନ କରିପାରିବେ।
ସନ୍ଧ୍ୟା ସମୟରେ ଚା’ କିମ୍ବା ଲେମ୍ବୁ ପାଣି ପିଇପାରିବେ।
ରାତି ଖାଦ୍ୟରେ ପରଟା , ଘରେ ପ୍ରସ୍ତୁତ ମିଠା କିମ୍ବା ଦହି ଖାଇପାରିବେ।
ଶୋଇବା ପୂର୍ବରୁ ଏକ ଗ୍ଲାସ ଖୀର ପିଅନ୍ତୁ।
ଏହି ଖାଦ୍ୟ ସେବନ ସହ ବ୍ରତ ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।
ଶ୍ରାବଣ ମାସ : ଖାଦ୍ୟରେ ସାମିଲ କରନ୍ତୁ ସାବୁଦାନା ଖେଚେଡ଼ି, ସିଝା ଆଳୁ
Popular Categories



