www.samajalive.in
Saturday, December 13, 2025
18.1 C
Bhubaneswar

ହକି ପାଇଁ ହୃଦୟ ସ୍ପନ୍ଦନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଅଲ୍‍ ଦି ବେଷ୍ଟ ହକି ୱାର୍ଲ୍ଡ କପ -୨୦୧୮ ଭୁବନେଶ୍ୱର ଲେଖି ଶୁଭେଚ୍ଛା ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ମାଇଁ ହାର୍ଟ ବିଟ୍‍ ଫର ହକିର କାଉଣ୍ଟଡାଉନ। କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଚତୁର୍ଦଶତମ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାକୁ ସାରା ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ ୩୬୦ ଡିଗ୍ରୀ ଅଭିଯାନ ହାର୍ଟ ବିଟ୍‍ସ ଫର ହକି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବୁଧବାର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାଇଁ ହାର୍ଟ ବିଟ୍‍ସ ଫର ହକି କାଉଣ୍ଟଡାଉନକୁ ଶୁଭାରମ୍ଭ କରିବା ସହିତ ହକି ବିଶ୍ୱକପର ପ୍ରଚାର ଆରମ୍ଭ କରିଛନ୍ତି। ହକି ବିଶ୍ୱକପକୁ ପ୍ରତିଟି ଭାରତୀୟଙ୍କ ନିକଟରେ ପହଞ୍ଚାଇବା ଓ ହୃଦୟରେ ସ୍ପନ୍ଦନ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ମତପ୍ରକାଶ କରିଥିଲେ। ୩୬୦ ଡିଗ୍ରୀ ଅଭିଯାନରେ ସଙ୍ଗୀତ, ମନୋରଞ୍ଜନ, ଫେସନ, ଶୁଦ୍ଧ କ୍ରୀଡ଼ା ଓ ପ୍ୟାନେଲ ଆଲୋଚନା ସାରା ଦେଶରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଦଳକୁ ନେଇ ପ୍ରସ୍ତୁତ ଡିଜିଟାଲ ଅଭିଯାନ, ଜାତୀୟ ଦଳ ପାଇଁ ବିଶ୍ୱକପ ଜର୍ସି ଓ ବିଶ୍ୱକପ ମ୍ୟୁଜିକ୍‍ ଭିଡ଼ିଓ ଉନ୍ମୋଚନ ହେବ। ସାରା ଭାରତବାସୀଙ୍କ ହୃଦୟରେ ସ୍ପନ୍ଦନ ସୃଷ୍ଟି କରିବା ପାଇଁ ରୋଡ ସୋ ଅନୁଷ୍ଠିତ ହେବ। ହାର୍ଟ ବିଟ୍‍ସ ଫର ହକି ଗାଡ଼ି ଜଳନ୍ଧର, ଲକ୍ଷ୍ନୌ, ରାଞ୍ଚି, ଦିଲ୍ଲୀ, ଚେନ୍ନଇ ପରିଭ୍ରମଣ କରିବ। ସେହିପରି ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବଇ, ଭୋପାଳ, ରାଉରକେଲା, ଇମ୍ପାଲରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକ୍‍ ପ୍ରଦର୍ଶିତ କରାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories