ତେଲକୋଇ: ଲଗାଣ ବର୍ଷା ଯୋଗୁଁ ବଢ଼ି ଆସିଥିବା ବେଳେ ଜାମ୍ବୁଧର ଝରଣାରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଓରିଆ-ବିରିଡା ପଞ୍ଚାୟତ ପୁରୁଣାପାଣି ଗ୍ରାମର ଗୁରୁଦେବ ନାୟକ (୪୫)।ଶୁକ୍ରବାର ସକାଳେ ଜମିକୁ ହଳ କରିବାପାଇଁ ବାପା ଏବଂ ସାନଭାଇଙ୍କ ସହିତ ଜାମ୍ବୁଧର ଝରଣା ସେପଟ ଜମିକୁ ଯାଇଥିଲେ। ବାପା ଓ ସାନଭାଇଙ୍କ ପାଇଁ ସକାଳ ଖାଇବା ପାଇଁ ଭାତ ନେଵାକୁ ଘରକୁ ଫେରୁଥିବା ବେଳେ ହଠାତ ନାଳରେ ବଢ଼ି ଆସିଯିବାରୁ ତାଙ୍କୁ ଭସାଇ ନେଇଥିଲା। ପରିବାର ଲୋକେ ଗତକାଲି ଠାରୁ ଖୋଜାଖୋଜି କରିଥିଲେ ହେଁ ଗୁରୁଦେବଙ୍କୁ ପାଇନଥିଲେ।
ଶନିବାର ସକାଳୁ ଜାମ୍ବୁଧର ଝରଣା ଏବଂ ମହାଦେଇ ଜଳସେଚନ ପ୍ରକଳ୍ପ(ଡ୍ୟାମ) କୁ ସଂଯୋଗ କରୁଥିବା ସ୍ଥାନରେ ଗୁରୁଦେବଙ୍କ ଶବ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବିଭା କୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।



