www.samajalive.in
Wednesday, December 10, 2025
23.1 C
Bhubaneswar

ବର୍ଷା ପରେ ଚାଷ କାମ ଆରମ୍ଭ

ବୌଦ୍ଧ: କୃଷିଭିତ୍ତିକ ବୌଦ୍ଧ ଜିଲାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲାର ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ଗୁରୁତ୍ୱ ଦେଇଥାନ୍ତି। ବର୍ଷା ନଥିବାରୁ ଚାଷୀ ଚିନ୍ତାରେ ପଡିଥିବାବେଳେ ଗତ ଦୁଇଦିନ ହେଲା ଜିଲାରେ ପ୍ରବଳ ବର୍ଷା ହେବାପରେ ଚାଷୀ ଚାଷୀମାନେ ବିଳମ୍ବରେ ତଳି ଲଗାଇବା କାମ ଆରମ୍ଭ କରିଛନ୍ତି। ବୌଦ୍ଧ ଜିଲାରେ ଜଳସେଚନର ସୁବିଧା ଥିଲେ ମଧ୍ୟ ଚର୍ଷା ନହେଲେ ଜିଲାରେ ଚାଷ କାମ ହୋଇପାରେନାହିଁ। ଏପଟେ କିନ୍ତୁ ଜିଲାରେ ୪ ଗୋଟି ଚିରସ୍ରୋତା ନଦୀ ଯ୍‍ଥା ମହାନଦୀ, ତେଲନଦୀ, ବାଘ ନଦୀ ଓ ସାଲୁଙ୍କୀ ନଦୀ ପ୍ରବାହିତ ହୋଇଥିଲେ ସୁଧା ଚାଷ ଜମିକୁ ଜଳସେଚନର ସୁବିଧା ହୋଇପାରିନାହିଁ।

ଜିଲାରେ ୮୫୧୮୦ ହେକ୍ଟର ଚାଷ ଜମି ରହିଥିବା ସେଥି ମଧ୍ୟରୁ ୫୯୪୩୯ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି। ଜିଲାର ଚାଷୀ ଧାନ ଚାଷ କରି ସେଥିରୁ ଆୟରୁ ପରିବାରର ସମସ୍ତ ଖର୍ଚ୍ଚ କରିଥାଏ। କିନ୍ତୁ ଚଳିତ ବର୍ଷ ବର୍ଷା ହୋଇନଥିବାରୁ ଚାଷ କାମ କିଛି ହୋଇପାରିନଥିବା ବେଳେ ଜମି ଗୁଡିକ ଫାଟି ଆଁ କରିବାକୁ ବସିଥିଲା। ଫଳରେ ଚାଷୀ ମରୁଡି ଚିନ୍ତାରେ ରହିଥିଲା। ଜିଲାରେ ବାହୂଡା ବେଳକୁ ଚାଷୀ ରୁଆ ବିହୁଡା ସାରି ଦେଉଥିବା ବେଳେ କିନ୍ତୁ ଚଳିତବର୍ଷ ବର୍ଷା ନଥିବାରୁ ଚାଷୀ ବାହୁଡା ଶେଷ ହୋଇଥିଲେ ମଧ୍ୟ ଚାଷ କାମ ଆରମ୍ଭ କରିପାରିନଥିଲା। ଫଳରେ ଜିଲାରେ ଚାଷ ବହୁ ବିଳମ୍ବ ହୋଇଛି। ଗତ ଶୁକ୍ରବାର ସକାଳ ସୁଦ୍ଧା ବୌଦ୍ଧ ଅଞ୍ଚଳରେ ୧୭୭ ମିମି ବର୍ଷା ହୋଇଥିବା ବେଳେ ହରଭଙ୍ଗା ଅଞ୍ଚଳରେ ୩୪ ମିମି ଓ କଣ୍ଟାମାଳ ଅଞ୍ଚଳରେ ୧୫୯ ମିମି ବର୍ଷା ହୋଇଅଛି। ବର୍ଷା ଯୋଗୁଁ ଜିଲାରେ ବିଭିନ୍ନ ଘରଦ୍ୱାରା ଭାଙ୍ଗିବା ସହ ବହୁଲୋକଙ୍କ ଘରେ ପାଣି ପଶିଯାଇଥିଲା। ବର୍ଷା ଯୋଗୁଁ ଚାଷୀ ମନରେ ଖୁସି ଆଣିବା ସହ ଜମି ଗୁଡିକରେ ପାଣି ହେବା ପରେ ଚାଷୀ ଚାଷ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। କିନ୍ତୁ ଜିଲାରେ ୪ ଗୋଟି ଚିରସ୍ରୋତା ନଦୀ ପ୍ରବାହିତ ହୋଇଥିବା ବେଳେ କିନ୍ତୁ ପ୍ରଶାସନ ପକ୍ଷରୁ ଜମିକୁ ପାଣିର ବ୍ୟବସ୍ଥା କରାଯାଉନଥିବାରୁ ଜିଲାର ଚାଷୀ ପାଣି ପାଇଁ ବହୁ ହଇରାଣ ହେଉଛି। ଯଦି ପ୍ରଶାସନ ପକ୍ଷରୁ ଏସବୁ ନଦୀରୁ ଜଳସେଚନର ସବୁିଧା କରାଯାଇପାରନ୍ତା ତେବେ ଜିଲାରେ ଅଳ୍ପ ବର୍ଷା ହେଲେ ମଧ୍ୟ ଚାଷ କାମ ସୁରୁଖୁରୁରେ ହୋଇପାରନ୍ତା ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories