www.samajalive.in
Wednesday, December 10, 2025
26.1 C
Bhubaneswar

ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ

ଛାତି, ପେଟ ଓ ହାତରେ ଲାଗିଛି ୪ ଗୁଳି
ଏବେ ବାଲେଶ୍ୱର ହସ୍ପିଟାଲରେ ଚାଲିଛି ପୋଷ୍ଟମର୍ଟମ

ବାଲେଶ୍ୱର: ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦରର ମୃତ୍ୟୁ ଘଟିଛି। ଅପରାହ୍ଣ ପ୍ରାୟ ୩.୨୦ ମିନିଟ ସମୟରେ ବାଲେଶ୍ବର ଜିଲା ସିମୁଳିଆଠାରେ ପୁଲିସ ସହିତ ସଂଘର୍ଷ କରୁଥିବା ବେଳେ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

- Advertisement -

ସୁରକ୍ଷା ଦୃଷ୍ଟିରୁ କାରାଗାର ଆଇଜିଙ୍କ ସହିତ ପରାମର୍ଶ କରାଯାଇ ହାଇଦରକୁ କଟକର ଚୌଦ୍ବାର କାରାଗାରରୁ ବାରିପଦା ମଣ୍ଡଳ କାରାଗାରକୁ ଅଣା ଯାଉଥିଲା। ସିମୁଳିଆ ନିକଟରେ ହାଇଦର ପରିସ୍ରା ଯିବା ପାଇଁ କହିଥିଲା। ପୁଲିସ ତାକୁ ଭ୍ୟାନରୁ ବାହାରକୁ ଯିବାକୁ ଅନୁମତି ଦେଇଥିଲା। ଏହି ସମୟରେ ହାଇଦର ପୁଲିସର ବନ୍ଧୁକ ଛଡ଼ାଇ ପଳାଇ ଯିବାକୁ ଚେଷ୍ଟା କରିଥିଲା। ହେଲେ ପୁଲିସ ନିଜକୁ ବଞ୍ଚାଇବା ସହିତ ହାଇଦରକୁ ଖସି ପଳାଇଯିବାରୁ କ୍ଷାନ୍ତ କରିବା ପାଇଁ ୪ ରାଉଣ୍ଡ ଗୁଳି ଚଳାଇଥିଲା। ଦୁଇଟି ଗୁଳି ହାଇଦରର ଛାତିରେ ବାଜିଥିଲା ବେଳେ ଆଉ ଗୋଟିଏ ବାମପଟ ପେଟରେ ବାଜିଥିଲା। ଅନ୍ୟଟି ବାମ ହାତରେ ଗୁଳି ବାଜିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅପରାହ୍ଣ ପ୍ରାୟ ୪ଟା ​‌େ​‌ବଳ ତାକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ସନ୍ଧ୍ୟା ୬.୩୦ରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲା। ଏହି ଗୁଳିକାଣ୍ଡ ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପୁରା ଡାକ୍ତରଖାନା ପୁଲିସ ଛାଉଣିରେ ପରିଣତ ହୋଇ ଯାଇଥିଲା। ଚିରାଚରିତ ଭାବେ ଏହି ଗୁଳିକାଣ୍ଡକୁ ପୂର୍ବପ୍ରସ୍ତୁତିରେ ହୋଇଥିବା ମଧ୍ୟ ଆଲୋଚନା ହୋଇଛି। ବିଭିନ୍ନ ରୋଗରେ ପୀଡିତ ଥିବା ତଥା ହାତକଡ଼ି ପଡ଼ିଥିବା ହାଇଦର କେମିତି ବନ୍ଧୁକ ଛଡ଼ାଇଲା ଓ ଦୌଡ଼ି ପଳାଇଯିବାକୁ ଚେଷ୍ଟା କରୁଥିଲା ତାହା ପ୍ରଶ୍ନବାଚୀ। ତେବେ ଏହା ତ ନିଶ୍ଚିତ ତଦନ୍ତ ସାପେକ୍ଷ। ହେଲେ ଏହି ଗୁଳିକାଣ୍ଡ ଘଟଣା ବାଲେଶ୍ବର ଜିଲାରେ ଜଣାଶୁଣା ଅପରାଧୀଙ୍କ ପାଇଁ ମଧ୍ୟ ସତର୍କ ଘଣ୍ଟି ବୋଲି କୁହାଯାଉଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories