www.samajalive.in
Tuesday, December 9, 2025
15.1 C
Bhubaneswar

ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ ଆରମ୍ଭ ହୋଇପାରେ ଟିକାକରଣ – ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ : ଦେଶରେ ପିଲାମାନଙ୍କ ନିମନ୍ତେ ସେପ୍ଟେମ୍ବର ସୁଦ୍ଧା କୋଭିଡ ଟିକାକରଣ ଆରମ୍ଭ ହୋଇପାରେ ବୋଲି ଏମସ୍‍ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂକ୍ରମଣ ସହ ଲଢେଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।
ତାଙ୍କ କହିବା ଅନୁଯାୟୀ, ଜାଇଡସ ପରୀକ୍ଷା କରି ସାରି ଏହାର ଜରୁରୀକାଳୀନ ବ୍ୟବହାରକୁ ଅପେକ୍ଷା କରିଛି।
ଭାରତ ବାୟୋଟେକର କୋଭାକ୍ସିନ ପରୀକ୍ଷା ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବା ସମ୍ଭବାନା ଏବଂ ସେହି ସମୟରେ ଆମେ ନିଶ୍ଚୟ ଅନୁମୋଦନ ପାଇବୁ ବୋଲି ଆଶା।
କୋଭିଡ -୧୯ ଟିକା ପରୀକ୍ଷା ନିମନ୍ତେ ଜୁନ ୭ରେ ଦିଲ୍ଲୀ ଏମସ୍‍ ୨ରୁ ୧୭ ବର୍ଷିୟ ପିଲାଙ୍କୁ ଚୟନ କରିଥିଲା। ୨ବର୍ଷ ବୟସ୍କ ପିଲାମାନଙ୍କ ନିକଟରେ ୨ୟ ଓ ୩ୟ ପର୍ଯ୍ୟାୟ କୋଭାକ୍ସିନ ଟିକା ପରୀକ୍ଷା କରିବା ପାଇଁ ମେ ୧୨ ତାରିଖରେ ଡିସିଜିଆଇ ଭାରତ ବାୟାଟେକକୁ ଅନୁମତି ପ୍ରଦାନ କରିଥିଲେ। ୧୭୫ ଜଣ ପିଲାଙ୍କ ନିକଟରେ ଏହି ଟିକା ପରୀକ୍ଷା କରାଯାଇଛି। ୨ୟ ପାନ ପ୍ରଦାନ କରାଯିବା ପରେ ଏହି ପରୀକ୍ଷାର ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଆସିଯିବ, ଏହା ପିଲାଙ୍କ ପାଇଁ କେତେ ନିରାପଦ ତାହା ମଧ୍ୟ ସ୍ପଷ୍ଟ ହେବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories