www.samajalive.in
Saturday, December 6, 2025
19.1 C
Bhubaneswar

ଖୁବ୍‌ ଶୀଘ୍ର ଆରମ୍ଭ ହେବ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ନାମଲେଖା

ଭୁବନେଶ୍ୱର: ଆଜି ବିଶିଷ୍ଟ ଉଦ୍ୟୋଗପତି ତଥା ୫ଏଫ୍‌ ୱଲ୍ଡର ଅଧ୍ୟକ୍ଷ ଡ.ଗଣେଶ ନଟରାଜନଙ୍କ ସମେତ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର (ବିଶ୍ୱ ଦକ୍ଷତା କେନ୍ଦ୍ର) ପରିଦର୍ଶନ କରିଥିଲେ। ଦକ୍ଷତାର କେନ୍ଦ୍ରବିନ୍ଦୁ ହେବାକୁ ଥିବା ୱାର୍ଲ୍ଡ ସ୍କିଲ ସେଣ୍ଟରର ଉନ୍ନତ ବୈଷୟିକ ଭିତ୍ତିଭୂମି ଦେଖି ସେ ଅବିଭୂତ ହେବା ସହ ଆଗାମୀ ଦିନରେ ସହଭାଗିତା କରିବାକୁ ଆଶା ବ୍ୟକ୍ତ କରିଥିଲେ । ସେ ନିଜ ଜୀବନ ଯାତ୍ରା ବିଷୟରେ ପରିପ୍ରକାଶ କରି କହିଥିଲେ ଯେ କ୍ଷୁଦ୍ର ପ୍ରୟାସରୁ ହିଁ ବୃହତର ସମ୍ଭାବନା ସୃଷ୍ଟି ହୋଇଥାଏ ଏବଂ ଏହା ଆଗକୁ ବଢିବାରେ ସହାୟକ ହୋଇଥାଏ ।
ଏହି ଅବସରରେ ସେ ଏବଂ ତାଙ୍କ ଦଳ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଦକ୍ଷତା ବିକାଶ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଦୀର୍ଘ ମିଆଦି ଓ କ୍ଷୁଦ୍ର ମିଆଦି ଯୋଜନା ବିଷୟରେ ପଚାରି ବୁଝିଥିଲେ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ହେମନ୍ତ ଶର୍ମା ବିଶ୍ୱ ଦକ୍ଷତା କେନ୍ଦ୍ରର ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ପାଠ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ ଏବଂ ଖୁବ୍‌ ଶୀଘ୍ର ଚଳିତ ବର୍ଷ ନିମନ୍ତେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏହି ଅବସରରେ ସୂଚନା ଦେଇଥିଲେ ।
ଶ୍ରୀ ନଟରାଜନ ଏବଂ ସହଯୋଗୀମାନେ ବିଲ୍ଡିଂ ମ୍ୟାନେଜମେଣ୍ଟ୍‌ ସରଭିସେସ୍‌, କମରସିଆଲ ରେଫ୍ରିଜିରେସନ, କମରସିଆଲ ଏଆର କଣ୍ଡିସନିଂ ଲ୍ୟାବ୍‌ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୁଣେ ସିଟି କନେକ୍ଟ ସିଇଓ ରୁଚି ମାଥୁର ଏବଂ ଲାଇଟ୍‌ହାଉସ୍‌ କମ୍ୟୁନିଟି ଫାଉଣ୍ଡେସନ୍‌ ସଂସ୍ଥା ତରଫରୁ ଆଶିକ୍‌ ରିଜ୍‌ଭି ଉପସ୍ଥିତ ଥିଲେ । ଶେଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories