www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଫେସର କ୍ଷିତିଭୂଷଣ ଦାସ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର: ପ୍ରଫେସର କ୍ଷିତିଭୂଷଣ ଦାସଙ୍କୁ ଝାଡ଼ଖଣ୍ଡ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି। ଏଥିନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉପକୁଳପତି ଭାବେ ପ୍ରଫେସର ଦାସ କାର୍ଯ୍ୟ ନିର୍ବାହ କରୁଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଫେସର କ୍ଷତିଭୂଷଣ ଦାସଙ୍କ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ଅଧୀନରେ ବହୁ ଛାତ୍ରଛାତ୍ରୀ ପିଏଚଡି ଏବଂ ଏମ୍‌ଫିଲ ଡିଗ୍ରୀ ହାସଲ କରିଛନ୍ତି। ସେ ୩ଟି ପୁସ୍ତକ ଲେଖିଥିବାବେଳେ ତାଙ୍କ ଦ୍ବାରା ଲିଖିତ ଗବେଷଣାତ୍ମକ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଛି ଏବଂ ପାଠକୀୟ ଆଦୃତି ଲାଭ କରିଛି।

ପ୍ରଫେସର କ୍ଷିତିଭୂଷଣ ଦାସ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ ଓ ସିଡିସି ନିର୍ଦେଶକ ସଫଳତାର ସହ ସେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗରୁ ଅବସର ଗ୍ରହଣ କରିବା ପରେ ଆଇସିଏସଏସଆର ନ୍ୟାସନାଲ ଫେଲୋ ଏବଂ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍‌ନୁ)ର ପ୍ରୋଭାଇସ ଚାନ୍ସଲେର ଭାବେ କାର୍ଯ୍ୟ କରିଛନ୍ତି। ଏହାପରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରୋଭାଇସ ଚାନ୍ସଲେର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାସହିତ ଇଷ୍ଟର୍ଣ୍ଣ ରିଜିୟନର ଏନସିଟିଇ ରିଜିଓନାଲ ଚେୟାରପର୍ସନ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ବୋର୍ଡ ସଦସ୍ୟ ରହିଛନ୍ତି। ଦେଶରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇବାରେ ପ୍ରଫେସର କ୍ଷିତିଭୂଷଣ ଦାସ ପ୍ରଥମ ଓଡ଼ିଆ ବୋଲି ଜଣାପଡ଼ିଛି।
ନିଯୁକ୍ତି ପାଇବା ପରେ ପ୍ରଫେସର କ୍ଷିତିଭୂଷଣ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଞ୍ଚଳିକ ବିକାଶରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ଝାଡ଼ଖଣ୍ଡ ରାଜ୍ୟରେ ଶିକ୍ଷାର ବିକାଶ କ୍ଷେତ୍ରରେ କିଭଳି ଝାଡ଼ଖଣ୍ଡ ବିଶ୍ବବିଦ୍ୟାଳୟ ସହାୟକ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବି। ଝାଡ଼ଖଣ୍ଡ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ରିସର୍ଚ୍ଚ, ରାଙ୍କ, ରିକ୍ୟୁଟମେଣ୍ଟ, ରିଲେସନସିପ ଏବଂ ପ୍ଲେସମେଣ୍ଟ ଉପରେ ବିଶେଷ ଗୁରୁତ୍ବ ଦେବି। ସେହିପରି କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷା ନୀତିର କାର୍ଯ୍ୟନ୍ବୟନ ସାଙ୍ଗକୁ ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା କ୍ଷେତ୍ରରେ କାମ କରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories