www.samajalive.in
Saturday, December 6, 2025
23.1 C
Bhubaneswar

ବୈତରଣୀ ରେ ଯୁବ ବ୍ୟବସାୟୀ ନିଖୋଜ ଘଟଣା, ତିନି ଦମକଳ କେନ୍ଦ୍ର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ବେ ମିଳିଲାନି ପତ୍ତା

ପାଟଣା : ବୈତରଣୀ ସ୍ରୋତରେ ଭାସିଯାଇଥିବା ଚାଇଁବସା ର ଯୁବ ବ୍ୟବସାୟୀ ଶ୍ରୀରାମ ମୁନ୍ଦ୍ରା (୧୯) ଙ୍କୁ ଖୋଜିବା ପାଇଁ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଙ୍କ ସହ ପାଟଣା ଅଗ୍ନିଶମ ବାହିନୀ, ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ସହ ଆନନ୍ଦପୁର ଦମକଳ ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ନିଖୋଜ ଯୁବକ ଙ୍କ ପତ୍ତା ମିଳିପାରି ନାହିଁ। କରଞ୍ଜିଆ ର କିଛି ମାରୁଆଡ଼ି ସମ୍ପ୍ରଦାୟ ର ଯୁବ ବ୍ୟବସାୟୀ ସେମାନଙ୍କ ଘରକୁ ବୁଲି ଆସିଥିବା ବନ୍ଧୁ ଙ୍କୁ ଧରି ବୈତରଣୀ ର ଭୀମକୁଣ୍ଡ ସମେତ ଅନ୍ୟ କିଛି ଦେଖିଲା ଭଳି ସ୍ଥାନ ବୁଲି ଦେଖିବା ସମୟରେ ଠାକୁରମଣ୍ଡା – ଆନନ୍ଦପୁର ସୀମାନ୍ତ ଚକଧର ଯମଦ୍ୱାର ଘାଟ ନିକଟରେ ଗାଧୋଉ ଥିବା ସମୟରେ ଦୁଇ ଜଣ ଯୁବକ ନଦୀ ସ୍ରୋତ ରେ ଭାସି ଯାଇଥିଲେ। ଜଣେ ଯୁବକ ଙ୍କୁ ସେମାନଙ୍କ ସାଥୀ ଉଦ୍ଧାର କରିଥିବା ବେଳେ ଚାଇଁବସା ବାସିନ୍ଦା ଓ ବଡ଼ବିଲ ଅଞ୍ଚଳ ରେ ରହୁଥିବା ଶ୍ରୀରାମ ମୁନ୍ଦ୍ରା (୧୯) ଙ୍କ ପତ୍ତା ମିଳିନଥିଲା। ନିଖୋଜ କୁ ଠାବ କରାଯିବା ଉଦ୍ୟମ ଜାରି ରହିବ ବୋଲି ସୂଚନା ମିଳିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories