www.samajalive.in
Friday, December 12, 2025
16.1 C
Bhubaneswar

ସୁସ୍ଥ ପରେ ମାସେ ସକ୍ରିୟ ରୁହେ ଭୂତାଣୁ

ଭୁବନେଶ୍ୱର: ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବାର ଏକ ମାସ ପର୍ଯ୍ୟନ୍ତ ଶରୀରରେ ଏହି ଭୂତାଣୁ ସକ୍ରିୟ ରହିଥାଏ। ପ୍ରଥମ ଲହର ସମୟରେ ଏହି ଭୂତାଣୁର ସକ୍ରିୟତା ସୁସ୍ଥ ହେବାର ୧୫ ଦିନ ପର୍ଯ୍ୟନ୍ତ ରହୁଥିଲା। ମାତ୍ର ଦ୍ୱିତୀୟ ଲହରରେ ଏହି ଭୂତାଣୁ ତା’ର ସଂରଞ୍ଚନା ଓ ଜିନୀୟ ପରିବର୍ତ୍ତନ ଘଟାଇଥିବାରୁ ସଂକ୍ରମିତ ଜଣକ ସୁସ୍ଥ ହେବାର ଏକ ମାସ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଭୂତାଣୁ ସକ୍ରିୟ ହୋଇ ରହୁଥିବା ଜଣାପଡିଛି। ଡେଲଟା ଭୂତାଣୁ ଯୋଗୁଁ ଏଭଳି ସକ୍ରିୟତା ରହୁଥିବା ଜୀବ ବିଜ୍ଞନ ପ୍ରତିଷ୍ଠାନ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

ନିର୍ଦେଶକ ଶ୍ରୀ ପରିଡ଼ା କହିଛନ୍ତି ଯେ, “ଡେଲଟା ଭୂତାଣୁର ସଂକ୍ରମଣ ହାର ଅଧିକ ଥିବାରୁ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଲୋକମାନେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ହ୍ରାସରେ ମନ୍ଥରତା ଦେଖାଯାଉଛି। ଯଦି ଲୋକମାନେ ନିୟମ ପାଳନରେ ଢିଲା କରନ୍ତି ଓ ଟିକାକରଣ ମନ୍ଥର ରୁହେ ଏବଂ ସର୍ବୋପରି ଭୂତାଣୁ ତା’ର ରୂପ ବଦଳାଏ, ତେବେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି ବୋଲି ଶ୍ରୀ ପରିଡା କହିଛନ୍ତି। ତାଙ୍କ କହିବାନୁଯାୟୀ, ଡେଲଟା ଭୂତାଣୁ ଯୋଗୁଁ ଦ୍ବିତୀୟ ଲହର ଭୟଙ୍କର ହେଲା। ଦେଶବ୍ୟାପୀ ଏହାର ୬୫,୦୦୦ ଅନୁକ୍ରମ (ସିକ୍ୱିଏସିଂ) ହୋଇଛି। ସେଥିରୁ ୯୬ ପ୍ରତିଶତ ଲୋକ ଡେଲଟା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଓଡ଼ିଶାରେ ୯୩ ପ୍ରତିଶତ ଲୋକ ଡେଲ୍‌ଟା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଶ୍ରୀ ପରିଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଶ୍ବର ୧୨୪ଟି ଦେଶରେ ଡେଲଟା ପ୍ରଜାତିର ଭୂତାଣୁ ତା’ର କାୟାବିସ୍ତାର କରିଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories