www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ, ଶ୍ୟାମଳ ରଙ୍ଗ ବ୍ୟକ୍ତିଙ୍କ ସ୍ୱଭାବ

ଯଦି ଆପଣଙ୍କ ରଙ୍ଗ ଶ୍ୟାମଳ ତେବେ ଦୁଃଖ ନ କରି ଖୁସି ହେବା ଉଚିତ। ସମୁଦ୍ର ଶାସ୍ତ୍ର ଅନୁସାରେ ଶ୍ୟାମଳ ରଙ୍ଗର ବ୍ୟକ୍ତିମାନେ ଭଲ ବ୍ୟକ୍ତିତ୍ୱର ହୋଇଥାନ୍ତି। ଏପରି ବ୍ୟକ୍ତିମାନେ ସଚ୍ଚୋଟ ହୋଇଥାନ୍ତି। ନିଜର ସମସ୍ତ ସମ୍ପର୍କ ପ୍ରତି ସର୍ବଦା ସମର୍ପିତ ହୋଇ ରହିଥାନ୍ତି। ଖରାପ ସମୟରେ ସମସ୍ତ ଅସୁବିଧାକୁ ଦୃଢତାର ସହ ସାମନା କରିଥାନ୍ତି। ସେମାନଙ୍କ ମଧ୍ୟରେ ସାହସ ଅଧିକ ରହିଥାଏ। ଶ୍ୟାମଳ ରଙ୍ଗର ବ୍ୟକ୍ତିମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି। ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ସମସ୍ତ କାର୍ଯ୍ୟ ପ୍ରତି ଧ୍ୟାନ ଦେଇଥାନ୍ତି। ଏପରି ବ୍ୟକ୍ତିତ୍ୱଙ୍କ ଆର୍ଥିକ ସ୍ଥିତି ସାମାନ୍ୟ ଭଲ ହୋଇଥାଏ।
ଶ୍ୟାମଳ ରଙ୍ଗର ବ୍ୟକ୍ତିଙ୍କ ବୌଦ୍ଧିକ ସ୍ତର ସାମାନ୍ୟ ହୋଇଥାଏ। ଯେକୌଣସି ବିଷୟରେ କିଛି ପଦକ୍ଷେପ ନେବା ପୂର୍ବରୁ ଭାବିଚିନ୍ତି ନେଇଥାନ୍ତି। ସେମାନଙ୍କ ମନ ସର୍ବଦା ଅସ୍ଥିର ରହିଥାଏ।
ଶ୍ୟାମଳ ରଙ୍ଗର ମହିଳାମାନେ ଦାମ୍ପତ୍ୟ ଜୀବନକୁ ଉତ୍ତମ କରିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ଏଥିରେ ସଫଳ ମଧ୍ୟ ହୋଇଥାନ୍ତି। ସମ୍ପର୍କୀୟମାନଙ୍କ ପ୍ରତି ଏମାନଙ୍କ ବ୍ୟବହାର ଅତ୍ୟନ୍ତ ସ୍ନେହପୂର୍ଣ୍ଣ ରହିଥାଏ। କିନ୍ତୁ ଏପରି ବ୍ୟକ୍ତିଙ୍କୁ ରାଗ ଖୁବ ଶୀଘ୍ର ଆସିଥାଏ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories