www.samajalive.in
Saturday, December 6, 2025
16.1 C
Bhubaneswar

କାଶ୍ମୀର ସମସ୍ୟାର ସମାଧାନ ସୂତ୍ର ପ୍ରସ୍ତୁତ: ଶିରିନ୍‍

ଇସଲାମାବାଦ୍‍: ଦୀର୍ଘ ବର୍ଷ ଧରି ଲାଗି ରହିଥିବା କାଶ୍ମୀର ସମସ୍ୟା ସମାଧାନର ସୂତ୍ର ପ୍ରସ୍ତୁତ ରହିଛି। କେବଳ ଏହାର ପ୍ରସ୍ତାବନା ଓ ଉପସ୍ଥାପନା ବାକି ରହିଛି ବୋଲି କହିଛନ୍ତି ପାକିସ୍ତାନର ନୂଆ ସରକାରଙ୍କ ମାନବାଧିକାର ମନ୍ତ୍ରୀ ଶିରିନ୍‍ ମାଜାରୀ। ପାକିସ୍ତାନର ସେନା ବାହିନୀ ସହିତ ଶିରିନ୍‍ଙ୍କ ଘନିଷ୍ଠ ସମ୍ପର୍କ ରହିଛି। ଇମ୍ରାନ୍‍ ସରକାରରେ ସେ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ସମ୍ଭାଳି ପାରନ୍ତି ବୋଲି କୁହାଯାଉଥିଲା। ଏତଦ୍‍ବ୍ୟତୀତ ଶିରିନ୍‍ ପାକିସ୍ତାନର ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ କାମ କରୁଥିବା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଷ୍ଟ୍ରାଟେଜିକ୍‍ ଷ୍ଟଡିଜ୍‍ର ପୂର୍ବତନ ନିର୍ଦେଶକ ଏବଂ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍‍ ଷ୍ଟଡିଜ୍‍ର ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ତାଙ୍କ ମନ୍ତବ୍ୟକୁ ଏବେ କୂଟନୀତିଜ୍ଞମାନେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏକ ଟିଭି ସାକ୍ଷାତକାରରେ ଶିରିନ୍‍ ଏ ସମ୍ପର୍କରେ କହିଥିଲେ ମଧ୍ୟ ବିସ୍ତୃତ ସୂଚନା ଦେବାକୁ ମନା କରି ଦେଇଛନ୍ତି। ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ସେ ଏକ ମଡେଲ୍‍ ପ୍ରସ୍ତୁତ କରିଛନ୍ତି। ଏହା ଉପରେ ସେ କିଛି ଦିନ କାମ ମଧ୍ୟ କରିଛନ୍ତି। ତେଣୁ ସବୁ କିଛି ଚୂଡ଼ାନ୍ତ ହୋଇଛି। କେବଳ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ସାମ୍ନାରେ ଏହାକୁ ଉପସ୍ଥାପନ କରାଯିବ। ସବୁଜ ସଂକେତ ମିଳିଲେ ତା ଉପରେ କାର୍ଯ୍ୟ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories