www.samajalive.in
Saturday, December 13, 2025
26.1 C
Bhubaneswar

ଉଛେଦ ହେଲା ଅଡବା ଠାକୁରାଣୀ ମନ୍ଦିର ଜବରଦଖଲ

ମୋହନା: ଗଜପତି ଜିଲ୍ଲା ଅଡବା ପଞ୍ଚାୟତ ଅଧିନସ୍ଥ ଭିମା ଠାକୁରାଣୀ ମନ୍ଦିର ପରିସରରେ ଥିବା ସରକାରୀ ଜମିକୁ ଘୋଡାପଙ୍କା ଗ୍ରାମର କାମେଲ ନାୟକ ନିଜ ପରିବାର ସହ କୁଡିଆ କରି ସେଠାରେ ଜାଗା ଜବରଦଖଲ କରି ମୂଲ୍ୟବାନ ଗଛ କଟିବା ସହ ଏକ ବନ୍ଧ ଖୋଳି ସେଠାରେ ରହି ଆସୁଥିଲେ। ମନ୍ଦିର କମିଟି ଏବଂ ଗ୍ରାମବାସୀ ଏହାକୁ ବିରୋଧ କରି କାମେଲକୁ ଜାଗା ଛାଡିବା ପାଇଁ ବହୁବାର କହିବା ସତ୍ତ୍ଵେ ସେ ସେଥିରୁ ନିବୃତ ହୋଇନଥିଲେ। ଏଣୁ ଗ୍ରାମବାସୀ ଏକତ୍ରୀତ ହୋଇ ପ୍ଳଟ ନଂ-୬୯୯ ରୁ କାମେଲକୁ ସେଠାରୁ ଉଠାଇବା ପାଇଁ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଏହାକୁ ଭିତ୍ତି କରି ଗତ ମଙ୍ଗଳବାର ଦିନ ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା ଓ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ଅଡବା ଥାନା ଏସଆଇ ରବିନ୍ଦ୍ର କୁମାର ପାତ୍ର, ହୃଷିକେଶ ପଣ୍ଡା ଏବଂ କର୍ମଚାରୀ ଘଟଣାସ୍ଥଳକୁ ଯାଇ କାମେଲ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ସରକାରୀ ନିୟମ ଅନୁଯାୟୀ ଜମିହୀନଙ୍କୁ ଜମି ଯୋଗାଇ ଦିଆଯାଉଥିବା ଯୋଜନାରେ ପୂର୍ବରୁ କାମେଲକୁ ଜମି ଯୋଗାଇ ଦିଆଯାଇଥିବା ଜଣାପଡିଥିଲା।ତେଣୁ ଘଟଣାର ସତ୍ୟାସତ୍ୟ ଜାଣିବା ପରେ କାମେଲକୁ ଉକ୍ତ ସ୍ଥାନ ତୁରନ୍ତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ତହସିଲଦାର ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories